ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଜଣେ ସହକାରୀ ଶିକ୍ଷକରେ ଚାଲିଛି ଝିମାପଡିକିଆ ପ୍ରାଥମିକ ବିଦ୍ୟାଳୟ

0 100

ଘୁ ଉଦୟଗିରି:ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଯାହା ବାହାରକୁ ଦେଖା ଯାଉଛି ପ୍ରକୃତ ତାହା ନୁହେଁ । ସେ ପ୍ରାଥମିକ ଶିକ୍ଷା ହେଉ କି ଉଚ୍ଚ ଶିକ୍ଷା । ବାହାରେ ଚକାଚକ ଭିତର ଫମ୍ପା । ହାତୀର ଦାନ୍ତ ଯେଭଳି ଦେଖିବାକୁ ଏବଂ ଖାଇବା ଭିନ୍ନ ଭିନ୍ନ ସେଇଭଳି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି ଦୁର୍ଗମ ଅଞ୍ଚଳରେ । ମାଳ ମାଳ ବିଦ୍ୟାଳୟ ହେଲେ ଶିକ୍ଷକ ଅଭାବ । ଗୋଟିଏ ମାତ୍ର ଶିକ୍ଷକରେ ୫ଟି ଶ୍ରେଣୀ ପିଲା ପାଠ ପଢୁଛନ୍ତି । ପାଠ ପଢା କଣ ହେଉଥିବ ଏଥିରୁ ଅନୁମାନ କରିହେବ । ଏହିଭଳି ଏକ ବିଦ୍ୟାଳୟ ହେଉଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଝିମାପଡିକିଆ ପ୍ରାଥମିକ ବିଦ୍ୟାଳୟ । ପ୍ରଧାନ ଶିକ୍ଷୟିତ୍ରୀ ଅବସର ନେବା ପରେ ଜଣେ ମାତ୍ର ସହକାରୀ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ ଶିକ୍ଷାଦାନ । ୫ଟି ଶ୍ରେଣୀରେ ମୋଟ ୨୦ପିଲା । ପିଲାଙ୍କ ସମସ୍ତ ଦାୟିତ୍ୱ ସହ ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର କାର୍ଯ୍ୟଳୟ କାର୍ଯ୍ୟ, କାଗଜ ପତ୍ର, ବିଇଓ କାର୍ଯ୍ୟାଳୟରେ କାର୍ଯ୍ୟ, ବ୍ୟାଙ୍କରେ କାରବାର ବିଭିନ୍ନ କାର୍ଯ୍ୟ କରିବାକୁ ପଡୁଥିବା ବେଳେ ବିଦ୍ୟାଳୟ କିଭଳି ଚାଲୁଥିବ ଅନୁମାନ କରିହେଉଛି । ପୁଣି ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଏହି ଶିକ୍ଷକ ଜଣକ ବିଏଲଓ ଦାୟିତ୍ୱରେ ଅଛନ୍ତି । ଭୋଟ ପରିଚୟ ପତ୍ର ସହ ଆଧାର ସଂଯୋଗ କାର୍ଯ୍ୟ କରିବାକୁ ପଡୁଛି । ଏହିଭଳି ଅବସ୍ଥାରେ ଏହି ବିଦ୍ୟାଳୟ ରହିଥିବା ବେଳେ ଜଣେ ମାତ୍ର ଶିକ୍ଷକ ୫ଗୋଟି ଶ୍ରେଣୀର ପିଲାଙ୍କୁ କେବଳ ଜଗୁଆଳି ଭଳି ଜଗି ରହିବା ଛଡା ଅନ୍ୟ କିଛି ଗତି ନାହିଁ । ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବା ପରେ ସ୍ପଷ୍ଟ ହୋଇଯାଉଛି ଯେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଶିକ୍ଷା ବିଭାଗ । ଖାଲି ଯେ ଏହି ଗୋଟିଏ ବିଦ୍ୟାଳୟର ଏହିଭଳି ଅବସ୍ଥା ତାହା ନୁହେଁ । ଏହିଭଳି ମାଳ ମାଳ ବିଦ୍ୟାଳୟ ରହିଛି ଯେଉଁଠି ଗୋଟିଏ ମାତ୍ର ଶିକ୍ଷକରେ ବିଦ୍ୟାଳୟ ଚାଲିଛି ।

hiranchal ad1
Leave A Reply

Your email address will not be published.

fourteen − ten =