ପୁରୀ ଜିଲ୍ଲା ସ୍କୁଲର ବୋର୍ଡ଼ ପରୀକ୍ଷାରେ ସଫଳତା

0 48

ପୁରୀ : ଗତ ୨୦୨୩ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତା’ର ସମ୍ମାନ ବଜାୟ ରଖିଛି । ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରି ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ଏ୧ରେ ୧୦ , ଏ୨ ୩୬ , ବି୧ ୫୨ , ବି୨ ୫୨ , ସି ୬୩, ଡି ୪୨ , ଇ ଗ୍ରେଡରେ ୩୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଏକନିଷ୍ଠ ପରିଶ୍ରମ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାମୂହିକ ଉଦ୍ୟମ ତଥା ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଛି ବୋଲି ଅଭିଭାବକମାନେ ମତ ରଖିଛନ୍ତି । ବିଦ୍ୟାଳୟ ପରିସର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସମାଗମରେ ଆନନ୍ଦ ମୁଖରିତ ହେବା ସହ ଚଳିତ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଫଳାଫଳ ପ୍ରାପ୍ତ ପାଇଁ ପ୍ରେରଣା ଦାୟକ ହୋଇପାରିଛି ।

hiranchal ad1
Leave A Reply

Your email address will not be published.

20 + 19 =