ମନମୁଖୀ ସେବା ସମବାୟ ସମିତି ଗଠନକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ପଞ୍ଚାୟତବାସୀ

0 118

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଠାରେ ହେବାକୁ ଥିବା ନୂତନ ସେବା ସମବାୟ ସମିତି ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ହେଉଥିବା ଅଭିଯୋଗ କରି ମଖାପଦର ପଞ୍ଚାୟତର ଜନସାଧାରଣ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ, ମଖାପଦର ପଞ୍ଚାୟତକୁ ନେଇ ନୂତନ ସେବା ସମବାୟ ସମିତି ଗଠନ କରାଯାଉଛି । ଏଥି ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ନୂତନ ସେବା ସମବାୟ ସମିତି ପାଇଁ କମିଟି ଗଠନ କରାଯାଇ କୃଷକମାନଙ୍କୁ ନେଇ ସଦସ୍ୟତା ଗ୍ରହଣ କରିବା କାର୍ଯ୍ୟକ୍ରମ କରାଯାଇଛି । ହେଲେ ପଞ୍ଚାୟତର ଜଣେ ବ୍ୟକ୍ତି କିଛି ଲୋକଙ୍କୁ ନେଇ ଅଜାଣତରେ ରାତି ଅଧିଆ କମିଟି ଗଠନ କରି ପ୍ରଶାସନ ନିକଟରେ ଦାଖଲ କରିଥିବା ବେଳେ ଉକ୍ତ କମିଟିକୁ ରଦ୍ଦ କରି ପଞ୍ଚାୟତର ସମସ୍ତ ଚାଷୀ ମାନଙ୍କୁ ନେଇ ବୈଠକ କରି କମିଟି ଗଠନ କରାଯାଉ ବୋଲି ପଞ୍ଚାୟତର ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଏହାର ଉଚିତ ତଦନ୍ତ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି । ପ୍ରକାଶ ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଖାପଦର ପଞ୍ଚାୟତ ଅବସ୍ଥିତ । ଏହି ପଞ୍ଚାୟତ ପୂର୍ବରୁ ହାତୀବନ୍ଧା ସେବା ସମବାୟ ସମିତି ଅଧୀନରେ ରହିଥିଲା । ଏହା ବିଭାଜନ ହୋଇ ମଖାପଦରଠାରେ ନୂତନ ସେବା ସମବାୟ ସମିତି ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଞ୍ଚଳର ଜନସାଧାରଣ କୃଷି ଋଣ, ସାର, କୀଟନାଶକ ଔଷଧ ସମେତ ଅନେକ ସୁବିଧା ପାଇବା ପାଇଁ ପଦକ୍ଷେପ ନେଇ ସମିତି ଗଠନ କରୁଥିବା ବେଲେ କିଛି ଖଳପ୍ରକୃତିର ଲୋକ ବିଭାଗୀୟ ଅଧିକାରୀଙ୍କୁ ହାତ କରି ବେନିୟମ ଭାବରେ କମିଟି ଗଠନ କରିଛନ୍ତି । ଏଣୁ ଏହାକୁ ରଦ୍ଦ କରି ନୂତନ ଭାବରେ କମିଟି ଗଠନ କରିବାକୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ପଞ୍ଚାୟତର ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବାକୁ ଚିତ୍ର ମାଝି, ଅଭିରାମ ବଗର୍ତ୍ତି, କ୍ଷମାନିଧି ଭୋଇ, ଗୋପାଳ ଭୋଇ,ନରେନ୍ଦ୍ର ନାଗ, କିଶୋର ଚନ୍ଦ୍ର ନାଗ, ଚନ୍ଦ୍ରଧ୍ୱଜ ହେର୍ଣ୍ଣା, ଜୟରାମ କାଣ୍ଡ, ରାମ ଚଣ୍ଡି, ଭୁବନେଶ୍ୱର ଭୋଇ, ଲକ୍ଷପତି ଗୋପାଳ ସମେତ ଶତାଧିକ ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

four − 3 =