ଏମ୍‌ବିକେଙ୍କ ବହିଷ୍କାର ଦାବି କଲା କୁସାଶିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀ

0 288

ହରଭଙ୍ଗା :ଏମ୍‌ବିକେ ପଦରୁ ବହିଷ୍କାର କରିବା ପାଇଁ ମଙ୍ଗଳବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ପ୍ରାୟ ୧୩ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ହରଭଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲୋ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଅଭିଯୋଗ ଅନୁଯାଇ ୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିକୁ ନେଇ ଉକ୍ତ ଗ୍ରାମରେ ଗୋଷ୍ଠିର ମହାସଂଘ ଗଠନ କରାଯାଇଛି ଏବଂ ଏମବିକେ ପଦରେ ରଶ୍ମିରେଖା ସାହୁ କାର୍ଯ୍ୟ ଭାର ତୁଲାଉଥିବା ବେଳେ ତାଙ୍କ କାର୍ଯ୍ୟକୁ ଏହି ମହାସଂଘର ମା ବୃନ୍ଦାବତୀ, ମା ଲଷ୍ମୀ, ତ୍ରିନାଥ ଠାକୁର, ଶ୍ରୀ ଜଗନ୍ନାଥ, ମା ତୁଳସୀ, ବାବା ଚନ୍ଦ୍ରଶେଖର, ମା ସାରଳା, ମା ବାଙ୍କଦେବୀ ଭଳି ୧୩ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ମା ମାନେ ବିରୋଧ କରି ଏହି ପଦରୁ ତାଙ୍କୁ ହଟାଇବା ପାଇଁ ୨୫/୧୧/୨୦୨୨ରିଖରେ ବିଭିନ୍ନ ସରକାରୀ ମହଲରେ ଅଭିଯୋଗ କରିଥିଲେ । ଘଟଣାକୁ ତଦନ୍ତ କରି ସମାଧାନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାୟକ ଗତକାଲି ମହାସଂଘର ସମସ୍ତ ଗୋଷ୍ଠୀଙ୍କୁ ବ୍ଲକର ସଭାଗୃହକୁ ଡକାଇ ଏକ ସମାଧାନ ବୈଠକ କରିଥିଲେ । ଏହି ବୈଠକରେ ଅଭିଯୋଗର କୌଣସି କଥା ସମାଧାନ ନ ହେବାରୁ ବ୍ଲକ ଅଫିସ ସମ୍ମୁଖରେ ଯଦି ତୁରନ୍ତ ଏମବିକେ ପଦରୁ ରଶ୍ମିରେଖା ସାହୁଙ୍କୁ ହଟା ନଯାଏ ତାହେଲେ ମହାସଂଘ ଭାଙ୍ଗିବା ସହିତ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ସହାୟତା ଲୋନକୁ କୌଣସି ମତେ ପରିଶୋଧ କରାଯିବ ନାଇଁ ବୋଲି ପାଇଁ ବିକ୍ଷୋଭ କରିବା ସହିତ ଚେତାବନୀ ଦେଇଥିଲେ ।

hiring

hiranchal ad1
Leave A Reply

Your email address will not be published.

five + one =