ବୌଦ୍ଧରେ ଦୁଇଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

0 189

ବୌଦ୍ଧ:- ଆଜି ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସର୍ମପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀ ହେଲେ ମନୀଷା ଥାଟି (୨୧) ଏବଂ ଚମ୍ପା କୋରାମ (୨୨) । ଉଭୟେ ଛତିଶଗଡର । ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ଏହି ଦୁଇ ମହିଳା ମାଓବାଦୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିବାସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଆଇଜିପି ପ୍ରତିଶୃତି ଦେଇଥିଲେ । ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ ଥିଲେ । ଏହି ଦୁଇଜଣ ଛତିଶଗଡର ହୋଇଥିବାବେଳେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ (କେକେବିଏନ୍‌) ଡିଭିଜନରେ ସାମିଲ ହୋଇ କାର୍ଯ୍ୟ କରୁଥିଲେ । ସେମାନେ ୨୦୧୮ ମସିହାଠାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ । ଉଭୟେ ଛତିଶଗଡ ଏବଂ ଓଡିଶାରେ ଅନେକ ହିଂସାତ୍ମକ ଘଟଣାରେ ଜଡିତ ଥିଲେ । ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ଉତ୍ପୀଡ଼ନ, ମିଥ୍ୟା ପ୍ରତିଶ୍ରୁତି , କାମନକଲେ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବକୁ ବାଧ୍ୟକରୁଥିବା ଭଳି ଅନୈତିକ କାର୍ଯ୍ୟକଳାପ ଯୋଗୁଁ ସେମାନେ ଅତିଷ୍ଠ ହୋଇ ମାଓ ସଂଗଠନକୁ ଛାଡିବାପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାପନ କରିବାକୁ ଇଚ୍ଛାପ୍ରକାଶ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ତାଙ୍କରି ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଥିବାବେଳେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଆଇଜିପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × two =