ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0 91

ରୀ: ମହାପ୍ରଭୁ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣ କାରି ସେବକ । ରଥଖଳା ରେ ତିନିରଥ ର ମହାରଣା ମାନଙ୍କ ଦ୍ୱାରା ଗରଗରା, ଚଉଦ ନାହାକା , ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ ତିନି ରଥର ରୂପକାର ସେବକ ଙ୍କ ଦ୍ୱାରା କୋଣ ଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି ।
ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ କରୁଛନ୍ତି । ତାଳଧ୍ୱଜ ରଥର ଦୁଇଟି ଗରଗରାର ନିର୍ମାଣ ଗତ କାଲିଠାରୁ ଶେଷ ହୋଇଥିଲେହେଁ, ଦୋୟ ଗରଗରା ରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଜାରି ରହିଛି । ତାଳଧ୍ୱଜ ରଥର ତିନି ଗୋଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାର ଆଠ କୋଣି କାର୍ଯ୍ୟ ବାକି ରହିଛି ।
ତାଳଧ୍ୱଜ ରଥର ୧୧ ଗୋଟି ଚଉଦ ନାହାକା ନିର୍ମାଣ ଜାର୍ଯ୍ୟ ଶେଷ ହୋଇଚି । ବାକି ତିନି ଗୋଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।
ତାଳଧ୍ୱଜ ରଥର ତିନି ଗୋଟି ଦଣ୍ଡାର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଦଣ୍ଡାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତାଳଧ୍ୱଜ ରଥର ଦୁଇ ଦୁଇଟି ପାର୍ଶ୍ୱ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଦର୍ପଦଳନ ରଥର ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଦୁଇଟି ଗରଗରାର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦର୍ପଦଳନ ରଥ ର ତିନି ଗୋଟି ଚାରି ନାହାକା ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାଟିର ଚଉପଟ କାର୍ଯ୍ୟ ଶେଷ ହୋଇ ତାର ଆଠ କୋଣି କାମ ବାକି ରହିଛି । ରଥର ୧୨ ଗୋଟି ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି । ଆଉ ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ । ଦର୍ପଦଳନ ରଥର ତିନି ଗୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଥିଲା ଆଉ ଦୁଇଟିର ଚଉପଟ କାର୍ଯ୍ୟ ଜାରୀ ରହିଥିବା ସହ ଦୁଇଟି ପାର୍ଶ୍ୱ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି । ନନ୍ଦିଘୋଷ ରଥର ଦୁଇଟି ଗରଗରା ର ନିର୍ମାଣ କାର୍ଯ୍ୟ ପ୍ରଥମେ ଶେଷ ହୋଇଥିଲା, ତାର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଅଛି । ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକ ନିର୍ମାଣ ଶେଷ ହୋଇଥିଲା , ଆଉଗୋଟିଏ ଚାରି ନାହାକାର ନିର୍ମାଣ ଶେଷ ହୋଇ ଶେଷ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି, ତାର ଆଠ କୋଣି ଆଂଶ କାର୍ଯ୍ୟ ବାକି ରହିଛି ।
ନନ୍ଦିଘୋଷ ରଥର ପ୍ରଥମ ପର୍ଯ୍ୟାୟରେ ୮ ଗୋଟି ଚଉଦ ନାଗାକା ଶେଷ ହୋଇ ବାକି ୬ଟିର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ସମସ୍ତ ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି । ନନ୍ଦିଘୋଷ ରଥର ଆଜି ସୁଦ୍ଧା ୪ ଗୋଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଜାରି ରହିଥିବା ସହ ଗୋଟିଏ ପାର୍ଶ୍ୱ ଦଣ୍ଡାର ଚଉପଟ ପାଇଁ ଚିତା କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜ ଏବଂ ତିଖ ଗୁଜ ଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ଶେଷ ଦୁଇଟି ଲେଖାଁଏ ତିଖ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରୀରହିଛି । ଦୋଳବେଦୀ ଠାରେ ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି । ତିନିରଥର ଓଝା ସେକକ ମାନେ ତିନିରଥ ପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ, ଅଗ ପାତେଳିରୁ ମୋଟ ୨୩୧ ଗୋଟି କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − fifteen =