ସମୁଦ୍ରରେ ବୁଡି ଯାଉଥିବା ୫ ପର୍ଯ୍ୟଟକ ଉଦ୍ଧାର

0 170

ପୁରୀ: ପୁରୀ ସମୁଦ୍ରକୁ ଗାଧୋଇବାକୁ ଆସି ୫ଜଣ ପର୍ଯ୍ୟଟକ ବୁଡି ଯାଇଥିବା ବେଳେ ଉଦ୍ଧାର କରିଛନ୍ତି ପୁରୀ ହରଚଣ୍ଡି ଲାଇଫ ଗାର୍ଡ ଆସୋସିଏସନ୍‌ର ଜୀବନ ରକ୍ଷାକାରୀ ମାନେ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ୧୨ଟା ପାଖା ପାଖି ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୫ଜଣ ପର୍ଯ୍ୟଟକ ଦିଗବାରେଣି ନିକଟରେ ଗାଧୋଉଥିବା ବେଳେ ରିପ କରେଣ୍ଟରେ ପଡ଼ି ଯାଇ ସମୁଦ୍ର ଭିତରକୁ ଏକା ସହିତ ଭାସି ଯାଇଥିଲେ । ଏହା ଦେଖି ତାଙ୍କ ପରିବାର ଲୋକେ ଚିତ୍କାର କରିଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ହରଚଣ୍ଡି ଲାଇଫ ଗାର୍ଡ ସଦସ୍ୟମାନେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ରିପ କରେଣ୍ଟ ଏହି ପର୍ଯ୍ୟଟକମାନଙ୍କୁ ଅନେକ ଭିତରକୁ ଟାଣି ନେଇଥିଲେ ମଧ୍ୟ ଶେଷରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଇଥିଲେ ଲାଇଫ ଗାର୍ଡମାନେ । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ମାନେ ହେଲେ ଆଗ୍ରାରୁ ଆସିଥିବା ହରି ସିଂହ( ୩୫), ହରିୟଣା ରବିକାଶ ରାୟ (୩୪), ଝାଡଖଣ୍ଡର ବିଦେଶ ରାମ ରାୟ(୨୨), ଅମନ୍‌ ରାୟ (୨୨) ଏବଂ ଆସାମର ନିରଜ୍‌ ବୋରା (୪୦) । ପୁରୀ ସମୁଦ୍ରରେ ଦିନକୁ ଦିନ ଅଧିକ ଦୁର୍ଘଟଣା ଘଟିବା କାରଣ ପର୍ଯ୍ୟଟକମାନେ ଅଧିକାଂଶ ସମୟରେ ମଦ୍ୟପାନ କରି ସମୁଦ୍ର ଭିତରକୁ ଯାଉଛନ୍ତି ଏବଂ ସମୁଦ୍ରରେ କରେଣ୍ଟ ଥିବା ସମୟରେ ଲାଇଫ ଗାର୍ଡ ମାନଙ୍କ କଥା ନ ମାନୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ପୁରୀ ବିଚ୍‌ ଲାଇଫ ଗାର୍ଡ ମହାସଂଘର ସଭାପତି ବାଡ଼ି ଶିବା ରାଓ ସୂଚନା ଦେଇଛନ୍ତି । ସେହିଭଳି ବର୍ତ୍ତମାନ ସୁଦ୍ଧା ପୁରୀ ସମୁଦ୍ରରେ ଲାଇଫ ଗାର୍ଡମାନେ ସେଇ ପାରମ୍ପରିକ ବ୍ୟବସ୍ଥାରେ ଲାଇଫଗାର୍ଡିଂ କରୁଥିବା ବେଳେ ସେମାନଙ୍କୁ ଆଧୁନିକ ସୁବିଧା ଓ ଟ୍ରେନିଂ ବ୍ୟବସ୍ଥାର ଆବଶ୍ୟକତା ଅଛି ବୋଲି ମହାସଂଘର ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

three × three =