ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସରକାରୀ ଦେଶୀ ମଦ ଦୋକାନ,ସାଧାରଣରେ ଅସନ୍ତୋଷ

0 51

କୁକୁଡ଼ାଖଣ୍ଡି:ରାଜ୍ୟ ସରକାର ଜନ ସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ତେବେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ହୁଗୁଳାପଟା ପଞ୍ଚାୟତର ଚଣ୍ଡୀପଦର ନିକଟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ଏକ ସରକାରୀ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ସରକାର ଦେଶୀ ମଦ ଦୋକାନ ଖୋଲାଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହୁଗୁଳାପଟା ପଞ୍ଚାୟତର ଜି. ଚଣ୍ଡିପଦର, ଓଡ଼ିଆ ଚଣ୍ଡିପଦର, ରେଗିଡି, ବାଲଜିପଲ୍ଲୀ, ବାଙ୍କିଆପଲ୍ଲୀ, ମାରଥାପଲ୍ଲୀ ଓ ହୁଗୁଳାପଟା ଗ୍ରାମ ସମେତ ଆଖପାଖ ପଡୋଶୀ ଗ୍ରାମର ଲୋକମାନେ ନିର୍ଭର କରି ନିଜ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଇଥାନ୍ତି ।କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟ ଦେଇ ଯାଇଥିବା ମୁଖ୍ୟରାସ୍ତା ପାର୍ଶ୍ୱରେ ଏକ ସରକାରୀ ଦେଶୀ ମଦ ଦୋକାନ ଖୋଲାଯାଇଥିବାରୁ ପ୍ରତିଦିନ ମଦ୍ୟପାନ କରିବା ପାଇଁ ଆସୁଥିବା ମଦ୍ୟପଙ୍କ ଆଡ୍ଡା ଜମୁଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେହ ଦିନ ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ମଦ୍ୟପ ମାନଙ୍କର ଅସୋଭ୍ୟ ଗାଳିଗୁଲଜର ଶିକାର ହେଉଛନ୍ତି । ଉକ୍ତ ରାସ୍ତା ଦେଇ ବିଭିନ୍ନ ସମୟରେ ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ଯାତାୟାତ କରୁଥିବା ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଉକ୍ତ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଯଥାଶୀଘ୍ର ଉକ୍ତ ମଦ ଦୋକାନକୁ ଯଦି ସ୍ଥାନାନ୍ତରିତ କରାନଯାଏ ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଅଞ୍ଚଳବାସୀ ଚେତାଇ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × one =