ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଅଧିବେଶନ ଉଦଯାପିତ

0 73

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସରରେ ଭାଷା ସାହିତ୍ୟ କଳା ସଂସ୍କୃତିକୁ ଗଣାଭିମୁଖୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଥିବା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦ୍ୱିଦିବସୀୟ ଅଧିବେଶନ ଉଦଯାପିତ ହୋଇଯାଇଛି । ସମ୍ମିଳନୀର ସଭାପତି କବି ପ୍ରଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ଉତ୍ସବରେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଉଦଘାଟକ,ବିଶିଷ୍ଟ ଲେଖକ ତଥା ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟ ଅତିଥି ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ଡକ୍ଟର ହରିହର କାନୁନଗୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ସିଦେ୍ଧଶ୍ୱର ମିଶ୍ର, ଆର୍ଯ୍ୟ ସମାଜର ରାଜ୍ୟ ସଭାପତି ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରି, ବିଭୁତି ଜେନା ପ୍ରମୁଖ ଯୋଗ ଦାନ କରିଥିଲେ । ଭାଷା ସାହିତ୍ୟର ଅଭ୍ୟୁତଥାନ ପାଇଁ କବି ଲେଖକ ଏବଂ କଳାକାର ମାନଙ୍କର ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଥିବା ଉଲ୍ଲେଖ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା । ଏହି ଅବସରରେ କେତେକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଦୂରଦର୍ଶନର ପ୍ରାକ୍ତନ ଉପମହାନିର୍ଦ୍ଦେଶକ ସୁଧାଂଶୁ କୁମାରଙ୍କ ଦ୍ୱାରା ହେତୁ ଭିତ୍ତିକ ପଦର୍ଶନୀ କାର୍ଯ୍ୟକ୍ରମ ସହ ଦାସ କାଠିଆ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ଡକ୍ଟର ହରିହର କାନୁନଗୋଙ୍କ ବାଚସ୍ପତିତ୍ୱରେ ଆୟୋଜିତ ଲେଖକ ସଂସଦରେ ଐତିହ୍ୟ ପରମ୍ପରା ଓ ଇତିହାସ ବିଭାଗରେ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଦକ୍ଷିଣ ଓଡ଼ିଶାର ଅବଦାନ ଭାଷା ଓ ସାହିତ୍ୟ ବିଭାଗରେ ସାଂପ୍ରତିକ ଓଡ଼ିଆ ଭାଷା ସାହିତ୍ୟକୁ ଲୋକାଭିମୁଖୀ କରିଥିଲେ । ସାହିତ୍ୟିକଙ୍କ ଭୂମିକା ଏବଂ କଳା ଓ ସଂସ୍କୃତି ବିଭାଗରେ ମନୁଷ୍ୟ ଜୀବନ ପାଇଁ କଳା ଓ ସଂସ୍କୃତିର ଆବଶ୍ୟକତା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଡକ୍ଟର କଲ୍ୟାଣି ସଂଘମିତ୍ରା, ସୁଧାଂଶୁ ଶେଖର ଧଡା ଡକ୍ଟର ଗୌରାଙ୍ଗ ଚରଣ ରାଉତ ସଂସଦୀୟ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଅଧ୍ୟାପିକା ଜ୍ୟୋସ୍ନାରାଣୀ ପ୍ରଧାନ, ଇଂ ସୁଚେତା ପାଣିଗ୍ରାହୀ, ପ୍ରମୋଦ ପଣ୍ଡା, ଭୁବନ ମୋହନ ମହାନ୍ତି, ସ୍ୱାଗତିକା ବହାନିପତି, ଅଧ୍ୟାପିକା ଜ୍ୟୋସ୍ନା ରାଣୀ ପଟ୍ଟନାୟକଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ୍ୱ କବି, କବିୟିତ୍ରୀ ସ୍ୱଚରିତ କବିତା ଆବୃତ୍ତି କରିଥିଲେ । ମହାତ୍ମିତିକ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜିତ ଏହି ଅଧିବେଶନରେ ରାଜ୍ୟ କମିଟିର ସମ୍ପ୍ରସାରଣ ସହ ଗଜପତି ଜିଲ୍ଲା କମିଟି ଗଠନ କରାଯାଇଥିଲା । ଉଦଯାପନି ଉତ୍ସବରେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପାରଳାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ଥିଲେ । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଡକ୍ଟର ସିଦେ୍ଧଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × one =