ନନ୍ଦାହାଣ୍ଡି ଲ୍ୟାମ୍ପ୍‌ ତରଫରୁ ନନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡିର ଶୁଭ ଉଦଘାଟନ

0 133

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରେଜିଷ୍ଟ୍ରେସନ କରିଥିବା ନନ୍ଦାହାଣ୍ଡି ଲ୍ୟାମ୍ପ୍‌ ତରଫରୁ ଧାନମଣ୍ଡିର ଶୁଭ ଉଦଘାଟନ ସ୍ଥାନୀୟ ଚାଷୀମାନଙ୍କ ଉପସ୍ଥିତରେ ହୋଇଯାଇଛି । ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ଅନ୍ତର୍ଗତ ସରୁଗୁଡାରେ ଥିବା ଆରଏମସି ଗୋଦାମଠାରେ ଧାନ ମଣ୍ଡିର ଶୁଭ ଉଦଘାଟନ ନନ୍ଦାହାଣ୍ଡି ଲ୍ୟାମ୍ପ୍‌ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀଙ୍କ ଦ୍ୱାରା ହୋଇ ଯାଇଛି । ଅନ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ଆତ୍ମା ସଭାପତି ନାରାୟଣ ମିଶ୍ର, ଚାଷୀ ସଂଗଠନ ସଭାପତି ବୃନ୍ଦାବନ ତ୍ରିପାଠୀ, ଲ୍ୟାମ୍ପ୍‌ ଡାଇରେକ୍ଟର ବୁଲୁ ପାଢ଼ୀ, ମିଟୁ ପାତ୍ର, ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ବୁଦୁ ଜାନୀ, ଗୌରଚନ୍ଦ୍ର ବ୍ରହ୍ମା, ଲ୍ୟାମ୍ପ୍‌ ଏମ୍‌ ଡି ଥବିର ଜାନୀ ଯୋଗ ଦେଇଥିଲେ । ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୨୧୮୩ ଟଙ୍କା ଥିବା ବେଳେ କ ଶ୍ରେଣୀ ଧାନର ମୂଲ୍ୟ ୨୨୦୩ ଟଙ୍କା ରହିଛି । ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି । ମୋବାଇଲରେ ଆସିଥିବା ଟୋକେନ ମେସେଜ ଦେଖାଇ ଚାଷୀ ଧାନ ବିକ୍ରି କରିପାରିବେ । ଏହି ଅବସରରେ ଧାନ ମଣ୍ଡିରେ ହେଉଥିବା ବିଭିନ୍ନ ସମସ୍ୟା କିପରି ନ ଉପୁଜେ ତାହା ଉପରେ ଧ୍ୟାନ ଦେବା ପାଇଁ ସ୍ଥାନୀୟ ଚାଷୀ ମାନେ କହିଥିଲେ । ଏହି ପରିପ୍ରେକ୍ଷୀରେ ଖଲାସୀ ସଂଘର ସଭାପତିଙ୍କ ସହ ସମସ୍ତ ଖଲାସୀ ଉପସ୍ଥିତ ଥିଲେ । ସେମାନଙ୍କ ସହ ମଧ୍ୟ ଚାଷୀ ଓ ଲ୍ୟାମ୍ପ୍‌ କର୍ମଚାରୀ ଆଲୋଚନା କରିଥିଲେ । ଆରଏମସି କର୍ମଚାରୀ ସୂର୍ଯ୍ୟ ସାହୁ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =