୪ଟି କେନ୍ଦ୍ରରେ ଓଏସଏସସି ପରୀକ୍ଷା ଅନୁଷ୍ଠିତ

0 83

ଘୁ.ଉଦୟଗିରି: ସାରା ରାଜ୍ୟରେ ଖାଲିଥିବା ଜୁନିଅର୍‌ ଆସିଷ୍ଟାଣ୍ଟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ପୂରଣ ନିମନ୍ତେ ଆଜି ଓଡ଼ିଶା ସବ ଅଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ଲିଖିତ ପରୀକ୍ଷା ଆଜି ସାରା ରାଜ୍ୟର ବିଭିନ୍ନ ସ୍କୁଲ କଲେଜ୍‌ ଠାରେ ଆୟୋଜିତ ହୋଇଥିବା ବେଳେ ଘୁ. ଉଦୟଗିରିର ୪ ପରୀକ୍ଷା କେନ୍ଦ୍ରରେ ଆଜି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଓଏସଏସସି ତରଫରୁ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ୨୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ସ୍ଥିର ହୋଇଥିବା ବେଳେ ୨୦୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ସେହିପରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ବିଦ୍ୟାଳୟରେ ୨୪୦ ରୁ ୧୮୮, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୨୧୬ ରୁ ୧୬୨ ଓ ହବାକ ଉଚ୍ଚ ବିଦ୍ୟାଳୟରେ ୨୧୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସମୁଦାୟ ଘୁ.ଉଦୟଗିରି ଠାରେ ୪ ଟି କେନ୍ଦ୍ରରେ ୯୩୬ ଜଣଙ୍କ ମଧ୍ୟରୁ ୭୨୨ ପରୀକ୍ଷାର୍ଥୀ ଉପସ୍ଥିତ ରହି ପରୀକ୍ଷା ଦେଇଥିଲେ । କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ହୋଇଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ଉପସ୍ଥିତ ଥିଲେ । ସେହିପରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶିବରାମ ସାହୁ ଓ ପର୍ଯ୍ୟବେକ୍ଷକ ଦିବ୍ୟ ପ୍ରକାଶ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମଳୟ କୁମାର ନାୟକ ଓ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ତହସିଲଦାର ଭଞ୍ଜୟ କହଁର, ହବାକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଓ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ରାଉତରାୟ ଦାୟିତ୍ୱ ନିର୍ବାହ କରିଥିଲେ । ଅତିରିକ୍ତ ଉପଜିଲ୍ଲାପାଳ ଦୁଃଶାସନ ସ୍ୱାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିଥିବା ସୂଚନା ମିଳିଛି । ଏହି ଯୁଗ୍ମ ପରୀକ୍ଷା ପରିଚାଳନାରେ ସମସ୍ତ ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା, ଶିକ୍ଷକ,ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − 10 =