୫-ଟି ସଚିବଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ,ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

0 112

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍‌ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍‌କେଲା, ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା, କ୍ରୀଡାବିତ୍‌ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।
ପ୍ରଥମେ ଶ୍ରୀ ପାଣ୍ଡିଆନ୍‌ ଉତ୍‌କେଲା ବିମାନ ଘାଟି ର ବିକାଶ କାମ ଅନୁଧ୍ୟାନ କରିଥିଲେ । କଳାହାଣ୍ଡିକୁ ଇସକ୍ସ ମକ୍ଟଦ୍ଭଦ୍ଭରମଗ୍ଧସଙ୍ଖସଗ୍ଧଚ୍ଚ ର ବିକାଶ ପାଇଁ ଉତକେଲା ବିମାନ୍‌ ଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ ।
ପରେ ଶ୍ରୀ ପାଣ୍ଡିଆନ୍‌ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ୱର ଧବଳେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

hiring


ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତର କାମ ୫ଟି ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ନିରାମୟ କେନ୍ଦ୍ର ରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ ।
ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନ୍ଦୁଲ ବ୍ୟାରେଜ କାମର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍‌ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ । ମାର୍ଚ୍ଚ ୨୪ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କୁ ଅବଗତ କରିଥିଲେ ।
ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା ,କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ର ୨୯ ଟି ଗାଆଁ ର ଚାଷ ଜମିକୁ ଭୂତଳ ପାଇପ୍‌ ଦ୍ୱାରା ପାଣି ମିଳିପାରିବ ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ନର୍ଲା ଷ୍ଟାଡିୟମ୍‌ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ ।
ଭବାନୀପାଟଣା ରେ ୫ଟି ସଚିବ ପୁଲିସ ହାଇସ୍କୁଲ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ ।
ଏହି ହାଇସ୍କୁଲ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମରେ ସାମିଲ ହୋଉଛି । ପରେ ଶ୍ରୀ ପାଣ୍ଡିଆନ୍‌ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର ପୁନଃ ବିକାଶ ପାଇଁ ୩୦ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ ।
ସେଠାରୁ ଭବାନୀପାଟଣା ବସ ଟର୍ମିନାଲକୁ ଯାଇ କାମର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।


ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍‌ କଳାହାଣ୍ଡି ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଓ ଉନ୍ନତ ଲାବୋରଟରୀର ବିକାଶ କରାଯିବ ବୋଲି ୫ଟି ସଚିବ ସୂଚନା ଦେଇଥିଲେ ।
କଳାହାଣ୍ଡି ଟାଉନ ହଲ୍‌ରେ ୫ଟି ସଚିବ ମିଶନ ଶକ୍ତି ମାନଙ୍କୁ ଭେଟିଥିଲେ
ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ୱରୀ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର ପୁନଃ ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ କାମ ଅଗ୍ରଗତି ର ୫ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ସମୀକ୍ଷା ମଧ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

three × five =