ବିଶ୍ୱ କଲ୍ୟାଣ ପାଇଁ ମା’ ସୁରେଶ୍ୱରୀଙ୍କ ପୀଠରେ ଚଣ୍ଡୀ ମହାଯଜ୍ଞ

0 81

ସୁବର୍ଣ୍ଣପୁର : ବିଶ୍ୱ କଲ୍ୟାଣ ଓ ସୁବର୍ଣ୍ଣପୁରର ବିକାଶ ନିମନ୍ତେ ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ପୀଠରେ ଶତାଧିକ ବ୍ରାହ୍ମଣ ସେବା, ଦୁର୍ଗା ଦ୍ୱାତ୍ରୀଂଶ ନାମ ଶାଳା ପଠନ ଓ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାଙ୍କ ପରମ ଭକ୍ତ ଚିତ୍ତରଞ୍ଜନ ଦାଶଙ୍କ ପ୍ରେରଣାରେ ଅନୁଷ୍ଠିତ ଏହି ଯଜ୍ଞ ପବିତ୍ର ଚୈତ୍ର ଶୁକ୍ଳପକ୍ଷ ହିନ୍ଦୁ ନବ ବର୍ଷ ଦିନ ଆରମ୍ଭ ହୋଇ ଚୈତ୍ର ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଥିଲା । ଏହି ଯଜ୍ଞରେ ଶ୍ରୀବତ୍ସ ମଲ୍ଲିକ, ସତ୍ୟ ନାରାୟଣ ତ୍ରିପାଠୀ, ରଶ୍ମି ସାହୁ ତତ୍ତ୍ୱାବଧାନ କରିଥିବା ବେଳେ ପ୍ରଦୀପ ପୁରୋହିତ, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଲଷ୍ମୀ ଥନାପତି ପ୍ରମୁଖ ସହଯୋଗ କରିଥିଲେ । ଯଜ୍ଞରେ କର୍ତ୍ତା ଭାବେ ବୈକୁଣ୍ଠ ଶତପଥୀ ମାଙ୍କ ସେବାରେ ଦାୟିତ୍ୱ ତୁଲାଇଥିବା ସହ କର୍ତ୍ତା ଭାବେ ଅଟଳ ମହାପାତ୍ର, ରବି ନାରାୟଣ ମହାପାତ୍ର, ଆଶିଷ ମିଶ୍ର, ମାନଭଞ୍ଜନ ବେଦବାକ ସହଯୋଗ କରିଥିଲେ । ମୁଖ୍ୟ ପୂଜକ କାଳୀଚରଣ ମିଶ୍ର, ସହଯୋଗୀ ପୂଜକ ଭାବେ ରାଧେ ଶ୍ୟାମ ପୁରୋହିତ, ଶିବ ନାରାୟଣ ପୂଜାରୀ, ଚନ୍ଦନ ମିଶ୍ର, ମିଲନ ମିଶ୍ର, ମଧୁ ଦାଶ ଚଣ୍ଡୀ ମହାଯଜ୍ଞ ପୂଜାରେ ନିୟୋଜିତ ଥିଲେ । ଏହି ଯଜ୍ଞରେ ପ୍ରତ୍ୟହ ବିଭିନ୍ନ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ଅନେକ ପ୍ରଶାସନିକ ପଦାଧିକାରୀ ମଧ୍ୟ ଏହି ଯଜ୍ଞରେ ସାମିଲ ହୋଇ ମାଙ୍କ ବିଭୁକୃପା ଲାଭ କରିଥିଲେ । ପ୍ରତି ବର୍ଷ ବିଶ୍ୱ କଲ୍ୟାଣ ଓ ସୁବର୍ଣ୍ଣପୁରର ସର୍ବାଙ୍ଗୀନ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ଜାରି ରଖିବାକୁ ନିଷ୍ପତ୍ତି ପୂର୍ବକ ମାଙ୍କ ଆଶୀର୍ବାଦ କାମନା କରାଯାଇଛି ।

hiranchal ad1
Leave A Reply

Your email address will not be published.

14 + thirteen =