ବୁଢିମା ମନ୍ଦିର ପ୍ରତିଷ୍ଠା ପାଇଁ ଢେରାପଡା ଚଳଚଞ୍ଚଳ

0 93

ସୁବର୍ଣ୍ଣପୁର,: ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ଭାବଗମ୍ଭୀର ହୋଇଉଠିଛି ଢେରାପଡା ସ୍ଥିତ ସମଗ୍ର ପରିବେଶ ।ଗତକାଲି କଳସାଧିବାସ ପରେ ମଣ୍ଡଳପୂଜନ କ୍ରମରେ ଗୌରୀ ତିଳକ ମଣ୍ଡଳ,ବାସ୍ତୁ ମଣ୍ଡଳ,କ୍ଷେତ୍ରପାଳ ମଣ୍ଡଳ, ନବଗ୍ରହ ମଣ୍ଡଳ, ବିଷ୍ଣୁ ସର୍ବତୋଭଦ୍ର ମଣ୍ଡଳ, ଦୁର୍ଗା ସର୍ବତୋ ଭଦ୍ର ମଣ୍ଡଳ,ଏକଲିଙ୍ଗ ଭଦ୍ର ମଣ୍ଡଳ ଓ ଯୋଗିନୀ ମଣ୍ଡଳରେ ବିଭିନ୍ନ ପୂଜାହେବାସହ ଆଜି ସକାଳୁ ସୂର୍ଯ୍ୟ ପୂଜା, ଗ୍ରହପୂଜା, ଗୋ ପୂଜା,ଗୁରୁ ପୂଜନ, ସର୍ବ ଦେବାଦେବୀ ପୂଜନ, ଅଗ୍ନି ସ୍ଥାପନମ୍‌ ପରେ ଆରତୀ ପୁଷ୍ପାଞ୍ଜଳି କରାଯାଇଛି । ଯଜ୍ଞ ମଣ୍ଡପରେ ମୁଖ୍ୟ ଆଚାର୍ଯ୍ୟ ଭାବରେ ରାଧେଶ୍ୟାମ ପୁରୋହିତ, ବ୍ରହ୍ମା ଶିବନାରାୟଣ ପୂଜାରୀ ଓ ଜାପକ ଭାବରେ ରାମାନୁଜ, ଗଣେଶ ଓ ଆନନ୍ଦ କର୍ମ ତୂଳାଉଥିବା ବେଳେ କର୍ତ୍ତାଭାବରେ ବି. ଗୌରୀ ଶଙ୍କର ଓ ତାଙ୍କ ଧର୍ମପତ୍ନୀ ସରସ୍ୱତୀ ଦେବୀ ନ୍ୟସ୍ତ ଅଛନ୍ତି ଗୋବିନ୍ଦ, ଦୟାନିଧି, ନାରାୟଣ ସିମାଞ୍ଚଳ ଓ ରାମକୁମାର ପାତ୍ର ପ୍ରମୁଖ ସମସ୍ତ କାମରେ ସହାୟତା କରିଛନ୍ତି । ବୁଢିମା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ବେଳେ ଉକ୍ତ ଦିନ ପୂର୍ଣ୍ଣାହୂତି ସହ ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

seven + nine =