ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଓ ଜନ୍ତା ଗାଡ ଅନୁକୂଳ

0 79

ପୁରୀ: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ମହାପ୍ରଭୁଙ୍କ ରଥଖଳାରେ ଏହି ନିତିକୁ ବିଧିପରମ୍ପରା ଅନୁସାରେ ପାଳନ କରାଯାଇଥାଏ । ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରଥର କୋଣଗୁଜ ଅନୁକୂଳ କରାଯିବାର ରହିଛି ବିଧିପରମ୍ପରା । ସେଥିପାଇଁ ଦ୍ରୁତଗତିରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ । ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରାକାଠ ଦେବା ପରେ ରୁପକାର ମାନେ ଗୁଜ ଅନୁକୂଳ କରିବେ । କୋଣ ଗୁଜରେ ସିଂହ ବିରାଳ ଖୋଦେଇ କରାଯିବ । ସେପଟେ ଆଜି ରଥଖଳାରେ ଭୋଇସେବକ ଯନ୍ତାଗାଢ ଖୋଳା ଆରମ୍ଭ କରିଛନ୍ତି । ଯନ୍ତାଗାଢରେ ଭୋଇ ସେବକ ମାନେ ତୁମ୍ଭରେ ହୋଇଥିବା ବିନ୍ଧରେ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାର୍ଯ୍ୟ କରିବେ ।
ରଥ ନିର୍ମାଣ ପରମ୍ପରା ଅନୁସାରେ କୋଣ ଗୁଜ ଅନୁକୂଳ ହୋଇଛି । ରଥ ନିର୍ମାଣ କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି ରୂପକାର ସେବକ । ଗୁଜ ରଥର ସୁରକ୍ଷା କବଚ । ରଥର କୋଣମାନଙ୍କରେ ସ୍ଥାପନ ହୋଇଥାଏ । ନୃସିଂହ ଜନ୍ମ ଅବସରରେ ଭୋଇ ସେବକମାନେ ଜନ୍ତା ଗାଡ ଖୋଲିଛନ୍ତି । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଖୋଲାଯାଇଛି ଜନ୍ତା ଗାଡ । ଜନ୍ତା ଗାଡ଼ରେ ପଡି ଛକ ପ୍ରସ୍ତୁତ କରାଯିବ । ଭୋଇ ସେବକମାନେ ଗୁଜ ଅନୁକୂଳ ପାଇଁ ୧୨ ଫୁଟିଆ ଧଉରା କାଠ ରଥଖଳାରେ ଯୋଗାଇଥିଲେ । ୯ ଟି କରି ୩ ରଥ ପାଇଁ ୨୭ ଟି କାଠ ରଥଖଳାରେ ମହଜୁଦ ରହିଥିଲା । ବିଶ୍ୱକର୍ମା ମାନେ ଏହାକୁ ଚୌପଟ କରି ରୂପକାର ସେବକକୁ ଯୋଗାଇବେ ।

hiring

ନୃସିଂହ ଚତୁର୍ଦଶୀ ରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ l ମନ୍ଦିରରେ ବିଶେଷ ନୀତି କାନ୍ତି ଅନୁଷ୍ଠିତ ହେବା ସହ ରଥ ଖଳାରେ ମଧ୍ୟ ମହାପ୍ରଭୁଙ୍କ ରଥ କାର୍ଯ୍ୟ ର ମଧ୍ୟ କୋଣ ଗୁଜ, ଜନ୍ତା ଗାଡ ଓ ପଟା ବାଡ଼ିଆ ଆଦି ବିଶ୍ୱକର୍ମା ସେବକ ମାନେ ଶ୍ରୀ ଫଳ ଭାଙ୍ଗି ଅନୁକୂଳ କରିଛନ୍ତି l ଜନ୍ତା ଗାଡ ଖୋଲିବା ପାଇଁ 40 ଫୁଟିଆ କାଠ ର ଆବଶ୍ୟକତା ଥାଏ l ଜନ୍ତା ଗାଡ଼ରେ ପଡି ତୁମ୍ବ ସହିତ ଅର ଭୁଞ୍ଜାଜାଇ ସିଙ୍ଗଡ଼ା ପ୍ରସ୍ତୁର୍ତ୍ତ ହେବ l ରଥ ଖଳାରେ ବିଲେଇ ବାଡିଆ ପଦ୍ଧଥିରେ ସିଙ୍ଗଡ଼ାରେ ପହି ସଂଯୁକ୍ତ ହୋଇ ଛକ ପ୍ରସ୍ତୁର୍ତ୍ତ ହେବ l ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଭଉଁରୀ ଉତ୍ସବରେ ରଥର ଛକ ଓ ଅଖ ସଂଯୁକ୍ତ ହେବାର ପରମ୍ପରା ରହିଛି l ୩ ରଥର ୬ ଟି ଲେଖାଏଁ ଚକ ପାଇଁ ପହି କାଠ ରଥ ଖଳାରେ ପହଂଚିସାରିଛି l ବିଶ୍ୱକର୍ମା ମାନେ ୩ ରଥର 42ତୁମ୍ବରେ ବିନ୍ଦ ଖୋଦେଇ ସାରିଛନ୍ତି l
ଅନ୍ୟପଟେ ଆଜି ଅର, ପଇ, ଯନ୍ତା ପଟାରେ ବିନ୍ଧ କାମ ଅନୁକୂଳ ହୋଇଛି । ଅର ଅନୁକୂଳ ପାଇଁ ତିନି ରଥ ପାଇଁ ୯ଟି ଲେଖାଏଁ ୨୭ଟି ଅରମୁଣ୍ଡି ତିନି ମୁଖ୍ୟ ମହାରଣାଙ୍କୁ ଯୋଗାଇ ଦିଆଯାଇଛି।
ଅନୁକୂଳ ପୂଜା ଗୁରୁବାର ସକାଳ ସାଢ଼େ ୮ଟାରେ ଅନୁଷ୍ଠିତ ହୋଇଥିଲା । ଦୋଳବେଦି ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ୪୨ଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏଥିସହ ୪୨ଟି ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି ବଳା ନିର୍ମାଣ କାମ ଜାରି ରହିଛି। ଆଜି ରଥ ନିର୍ମାଣରେ ୧୩୯ଜଣ ସେବକ ନିୟୋଜିତ ରହିଛନ୍ତି।

hiranchal ad1
Leave A Reply

Your email address will not be published.

eighteen + eight =