ଶ୍ରୀ ଜୈନ ମନ୍ଦିର ପ୍ରତିଷ୍ଠା,ଜୈନ ଗୁରୁଙ୍କ ନବରଙ୍ଗପୁର ଗସ୍ତ

0 148

ନବରଙ୍ଗପୁର: ନବରଙ୍ଗପୁର ଜୈନ ଧର୍ମ ଅବଲମ୍ବୀମାନଙ୍କ ଜୈନ ମନ୍ଦିର ସଦର ମହକୁମାଠାରେ ଲୋକାର୍ପଣ ହେବ । ଏହି ମନ୍ଦିର ପ୍ରତିଷ୍ଠା ପାଇଁ ୩ ଜଣ ଦିଗାମ୍ବର ଜୈନ ଧର୍ମ ଗୁରୁ ମୁନି ସୁବ୍ରତ ସାଗର ଜୀ , ମୁନି ପ୍ରଣୟ ସାଗର ଜୀ ଏବଂ ମୁନି ପ୍ରଣିତ ସାଗର ଜୀ ରାଇପୁରଠାରୁ ଚାଲି ଚାଲି ନବରଙ୍ଗପୁର ପହଞ୍ଚିବେ । ୫୦୦ ବର୍ଷ ପରେ ଜୈନ ଗୁରୁ ନବରଙ୍ଗପୁର ପହଞ୍ଚିବାକୁ ଥିବାରୁ ଜୈନ ଧର୍ମାବଲମ୍ବି ମାନେ ଉତ୍ସାହୀତ ରହିଛନ୍ତି । ଏକ୍ସିସ ବ୍ୟାଙ୍କ ପଛପଟ ସାହିରେ ଏହି ମନ୍ଦିର ପ୍ରତିଷ୍ଠା ନଭେମ୍ବର ମାସ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଚାଲିବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରାଜ ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ପଡିଆ ଠାରେ ୫ ଦିନ ଦୁଇଟି ଅଧିବେଶନରେ ଗୁରୁ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ସାଢେ ଆଠଟା ଠାରୁ ସାଢେ ନଟା ପର୍ଯ୍ୟନ୍ତ ପ୍ରଥମ ଅଧିବେଶନ ଓ ସାଢେ ୩ରୁ ସାଢେ ୪ ଟା ପର୍ଯ୍ୟନ୍ତ ଦ୍ୱିତୀୟ ଅଧିବେଶନରେ ଗୁରୁ ମାନେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବେ । ପ୍ରତ୍ୟେକ ଦିନ ୧୦୦୦ ଜଣ ଶ୍ରଦ୍ଧାଳୁ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ ୭୦୦ କି ଗ୍ରା ଓଜନ ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ଜୈନ ଗୁରୁ ଆଦିନାଥ, ୪୦୦ କି ଗ୍ରା ଓଜନ ବିଶିଷ୍ଟ ପାରଶନାଥ ଓ ୪୦୦ କି ଗ୍ରା ଓଜନ ବିଶିଷ୍ଟ ମହାବୀର ସ୍ୱାମୀଙ୍କ ପ୍ରତିମୂର୍ତ୍ତି ଜୈନ ଗୁରୁ ମାନଙ୍କ ଦ୍ୱାରା ସ୍ଥାପନ କରାଯିବ । ଅହିଂସା ବାର୍ତ୍ତା ବହନକାରୀ ତିନି ଗୁରୁଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ନବରଙ୍ଗପୁର ଦିଗାମ୍ବର ଜୈନ ସମାଜର ସଭାପତି ନରେଶ କୁମାର ଜୈନ, ସମ୍ପାଦକ ଦିନେଶ ଜୈନ, କୋଷାଧକ୍ଷ ହରେନ୍ଦ୍ର ଜୈନ ଓ ସଦସ୍ୟ ରାକେଶ ଜୈନ, ବିମଲ ଜୈନ, ଦିଲ୍ଲୀପ କୁମାର ଜୈନ, ରମେଶ ଚନ୍ଦ୍ର ଜୈନ, ସଞ୍ଜୟ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − nine =