ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ,ଶ୍ରଦ୍ଧା ରଖ, ନିଜ ଗୋଡରେ ଠିଆ ହେବା ଶିଖ

0 80

ନବରଙ୍ଗପୁର: ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ ରେଡକ୍ରସ ଓ ଏନ ଏସ ଏସ ସହଯୋଗରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ସଭାପତିତ୍ୱ କରି ଅଧକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ୱାଳ ଶିକ୍ଷା, ଶିକ୍ଷାର୍ଥୀ ଓ ସମାଜ ଭିତରେ ଥିବା ସମ୍ପର୍କ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ହେବା ସହ ଭଲ ଲୋକ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଡ଼ଃ ରାଧାନାଥ ବେହେରା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କରି ଅଭିଭାଷଣରେ ପିଲାମାନଙ୍କୁ ଶ୍ରଦ୍ଧା ରଖ, ନିଜ ଗୋଡରେ ଠିଆ ହେବା ଶିଖ ବୋଲି ନିଜ ଆଶୀର୍ବଚନରେ ପ୍ରକାଶ କରିଥିଲେ । ଏହାସହ ଉଚ୍ଚମାନର ଶିକ୍ଷାଦାନ, ନୈତିକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ସହ ଶିକ୍ଷା ଇତିହାସର ପର୍ଯ୍ୟାଲୋଚନା କରି ମହା ମନିଷି ମାନଙ୍କର ମାର୍ଗଦର୍ଶନ ଅନୁସାରେ ଆଗାମୀ ସମୟରେ ଏକ ଉଚ୍ଚ ଶିକ୍ଷିତ ସମାଜ ତିଆରି କରିବା ପାଇଁ ଶିକ୍ଷକ ମାନଙ୍କୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଳା ଯୁବ ରେଡକ୍ରସ ସମ୍ପାଦକ ଦିଲ୍ଲୀପ କୁମାର ହୋତା, ଜାତୀୟ ସେବା ସଂସ୍ଥା ସଂଯୋଜକ ଅଧ୍ୟାପକ ମହମ୍ମଦ ଜାହାଙ୍ଗିର ଓ ଅଧ୍ୟାପିକା ମାନସୀ ମହାପାତ୍ର, ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀମତୀ ସଂଗୀତା ତ୍ରିପାଠି, ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ଃ ନନ୍ଦିତା ମିଶ୍ର, ଇଂରାଜୀ ବିଭାଗୀୟ ମୁଖ୍ୟ ଘାସିରାମ ବେହେରା ଯୋଗଦେଇ ଜାତୀୟ ଶିକ୍ଷା ଦିବସ ଉପରେ ଆଲୋକପାତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା । ଏହି ଉତ୍ସବରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ବିଭିନ୍ନ ବିଷୟ ଉପରେ ଆଲୋଚନା ସଭା, କର୍ମଶାଳାର ଆୟୋଜନ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ କୁ ଗୁଣାତ୍ମକ ଢଙ୍ଗରେ ସଜେଇବା ପାଇଁ ଅଧ୍ୟକ୍ଷ ଡ଼ଃ ବିଶ୍ୱାଳ ଆହ୍ୱାନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eighteen + 9 =