ଶ୍ରୀକ୍ଷେତ୍ରରେ କାଳ ବୈଶାଖୀ ତାଣ୍ଡବ

0 131

ପୁରୀ : କାଳ ବୈଶାଖୀ ତାଣ୍ଡବରେ ଶ୍ରୀକ୍ଷେତ୍ର ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଶ୍ରୀ ମନ୍ଦିରରେ ମଧ୍ୟ ବିଭିନ୍ନ ବ୍ୟାରିକେଡ ଓ ଅସ୍ଥାୟୀ ସେଡ ମଧ୍ୟ ତଳେ ପଡିଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବେଳାଭୂମି ନିକଟରେ ଏକ ନବନିର୍ମିତ ହୋଟେଲ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ୩୧୬ନମ୍ବର ଜାତୀୟ ରାଜପଥ ଚାରି ନଳା ଜେନାସାହି ରାସ୍ତାରେ ଉପୁଡି ପଡିଛି ଏକ ବରଗଛ । ତିନୋଟି ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ ଦୁଇଟି କ୍ୟାବିନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି ଅପରାହ୍ନ ଚାରିଟା ସମୟରେ ହଠାତ କାଳବୈଶାଖି ପ୍ରଭାବରୁ ଅତ୍ୟଧିକ ପବନ ଓ ବର୍ଷା ହେବା ଫଳରେ ପୁରୀ -କଟକ ୩୧୬ ନମ୍ବର ଜାତୀୟ ରାଜପଥର ଚାରିନଳା ଜେନାସାହି ନିକଟରେ ଏକ ବିରାଟ ବରଗଛ ଉପୁଡି ପଡିବା ସହ ପାଖରେ ଥିବା ତିନୋଟି ବିଦ୍ୟୁତ ଖୁଣ୍ଟ ଓ ଦୁଇଟି କ୍ୟାବିନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବରଗଛଟି ରାସ୍ତା ଉପରେ ପଡି ରହିବା ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

four × five =