ପରିବେଶ ମନ୍ତ୍ରୀଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ

0 108

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିଥିବାରୁ ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧିତ ସଭା ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ବ୍ରାହ୍ମଣୀପାଲି ଭଳି ଏକ ଅନୁନ୍ନତ ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସୁପାରିଶ କରିଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇବା ସହିତ ବିଜେଡି ସରକାରର ୨୨ ବର୍ଷ ଶାସନ କାଳରେ ଗାଁକୁ କାମ ମାକୁ ସମ୍ମାନ ଦେବା ସହିତ ମହିଳାଙ୍କ ପାଇଁ ସବୁ କ୍ଷେତ୍ରରେ ୫୦% ସଂରକ୍ଷଣ ଏକ ବଡ ପଦକ୍ଷେପ । ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ବ୍ୟବସ୍ଥା ରହି ଥିବା ବେଳେ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସେବା ସରକାର ବହନ କରିବା ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀପାଲି ଭଳି ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ଏକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କରାଯାଇଛି ଯାହାକି ଅଞ୍ଚଳବାସୀ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ପୂର୍ବରୁ ଯେଉଁ ରାସ୍ତାରେ ସଗଡ଼ରେ ଯିବା ମୁସ୍କିଲ ହେଉଥିଲା ବର୍ତ୍ତମାନ ପକ୍କା ରାସ୍ତା ନିର୍ମାଣ କରାଯାଇଛି । ଯାହା ଫଳରେ ଲୋକ ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସୁବିଧା ପାଇପାରିବେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ହୋଇଥିବା ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାଏକ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ୫ନଂ ଯୋନ ସଭ୍ୟା ଉର୍ମିଳା ଝାଙ୍କର, ଆମ୍ବଝରୀ ସରପଞ୍ଚ ପ୍ରେମାନନ୍ଦ ବାଘ, ତିକରପଡ଼ା ସରପଞ୍ଚ ଝରଣା ଜାନି, ସମିତି ସଭ୍ୟ ସୁମନ୍ତ ସାହୁ, ସୀତା ଝାଙ୍କର ସମିତି ସଭ୍ୟ ।, ମୀରା ପାନିଗିରି ସମିତି ସଭ୍ୟା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା, ପୂର୍ବତନ ସମିତି ସଭ୍ୟ ଭରତ ମିର୍ଦ୍ଧା, ପୂର୍ବତନ ସରପଞ୍ଚ ଦେବହରି ମହାକୁଳ, ପୂର୍ବତନ ସରପଞ୍ଚ ଫଗୁ ରଣବିଡ଼ା, ପୂର୍ବତନ ସରପଞ୍ଚ ସୁଷମା ବାଘ, ନାଏବ ସରପଞ୍ଚ ପଦ୍ମିନୀ ପ୍ରଧାନ, ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ମହାକୁଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଅଭିମନ୍ୟୁ ଯାନୀ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଦିବ୍ୟ ଲୋଚନ ବେହେରା ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ପଂଚାୟତର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen + 1 =