ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପ ଅତିଥି ଭବନ ଠାରେ ଆଜି ଓଡିଶା ସାମ୍ବାଦିକ ସଂଘ(ଓ.ଜେ.ୟୁ) ଗଞ୍ଜାମ ଶାଖର ଜରୁରୀ ଅଧିବେଶନ ଅନୁଷ୍ଠୀତ ହୋଇଯାଇଛି ।ଏହି ବୈଠକ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଗଙ୍ଗାଧର ଶତପଥୀ, ଉପସଭାପତି ଅନିଲ କୁମାର ପାଢୀ, ଅନ୍ୟତମ ଉପସଭାପତି ସୁବ୍ରତ କୁମାର ପଣ୍ଡା, ଗିରିଜା ପ୍ରସାଦ ରଥ, ସାଧାରଣ ସମ୍ପାଦକ ସୁଜିତ କୁମାର ବେହେରା, ଯୁଗ୍ମ ସମ୍ପାଦକ କ୍ଷିରମଣୀ ନାୟକ, ନୃସିଂହ ରଞ୍ଜନ ବେହେରା, ବାପୁନୀ ମାଲୁ, କୋଷାଧ୍ୟକ୍ଷ ଶକ୍ତି ପ୍ରସାଦ କର, କାର୍ଯ୍ୟକାରୀ ସଦସ୍ୟ ଶରତ ଚନ୍ଦ୍ର ନନ୍ଦ, ଅଶେଷ ପାତ୍ର, ବିରୋତମ ସାହୁ, ଗଗନ ବେହେରା, ବିପିନ ଦାସ ସମେତ ବହୁ ଯୁବ ସାମ୍ବାଦିିକ ଯୋଗ ଦେଇଥିଲେ । ଏହି ଅଧିବେଶନରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସମାଜର ବିକାଶରେ ସମ୍ବାଦପତ୍ର ବା ଗଣମାଧ୍ୟମରେ ଭୂମିକା ଆବଶ୍ୟକତା ରହିଥିବା ବେଳେ ସମାଜକୁ ଉଚିତ ମାର୍ଗରେ ବାଟ ଦେଖାଇବା ଏବଂ ସମାଜକୁ ପରିବର୍ତ୍ତନ କରିବାରେ ସାମ୍ବାଦିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମକୁ ନେଇ ଅନେକ ଆଶା, ଆଶଙ୍କା, ପ୍ରଶ୍ନ ଏବଂ ପ୍ରକରଣ ସୃଷ୍ଟି ହେବାରେ ଲାଗିଛି । ପ୍ରେସ ପରିଷଦର ପ୍ରତିଷ୍ଠା ଯେଉଁ ସ୍ୱପ୍ନକୁ ନେଇ ହୋଇଥିଲା ତାହା ଆଜିର ସମୟରେ ସନ୍ତୋଷଜନକ ହୋଇନଥିଲେ ମଧ୍ୟ ଅନେକ କ୍ଷେତ୍ରରେ ସାମ୍ବାଦିକ ତାହାର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରି ସାଧାରଣ ଲୋକଙ୍କ ମନରେ ବିଶ୍ୱାସକୁ ଜାବୁଡି ଧରିଛି ବୋଲି ଅଧିବେଶନରେ ଆଲୋଚନା କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ସୁଜିତ କୁମାର ବେହେରା ବିନାୟକ ଦାସ ଉପସ୍ଥିତ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆସନ୍ତା ଦିନରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ପ୍ରଦାନ କରିଥିଲେ ।