ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

0 59

ବାଲିଗୁଡ଼ା:ଜଙ୍ଗଲରେ ଗାଈ ଚରାଇବାକୁ ଯାଇଥିବା ବେଳେ ଅଘଟଣ । ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଶ୍ରୀପଙ୍କା ଗ୍ରାମରେ । ଗୁରୁତର ବୃଦ୍ଧ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଶ୍ରୀପଙ୍କା ଗ୍ରାମର ପିରସି ପ୍ରଧାନ (୬୫) । ଗୁରୁତର ଅବସ୍ଥାରେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସବୁ ଦିନ ଭଳି ପିରସି ପ୍ରଧାନ ଗାଁ ନିକଟ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ମହୁମାଛିମାନେ ତାଙ୍କର ମୁହଁ,ମୁଣ୍ଡ ଓ କାନକୁ ଆକ୍ରମଣ କରିଥିଲେ, ଯାହା ଦ୍ୱାରା ସେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ।

hiranchal ad1
Leave A Reply

Your email address will not be published.

3 × 2 =