ଯୁବସମାଜ ସମାଜର ହିତ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

0 132

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦରରେ ମା କାଳୀଙ୍କର ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘ ପକ୍ଷରୁ ଏହି କାଳୀପୂଜା ଦୀର୍ଘ ପଚାଶ ବର୍ଷ ଧରି ପାଳନ ହୋଇ ଆସୁଅଛି । ପୂବର୍ତନ ସମିତି ଅଧକ୍ଷ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ନୂଆପଦରରେ ଶୁଭାରମ୍ଭ କରିଥିଲେ । ଏହି ପୂଜାରେ ପୁରପଲ୍ଲୀ ଓ ସହରର ହଜାର ହଜାର ଲୋକଙ୍କର ସମାଗମ ହୁଏ । ଆଲୋକର ପର୍ବ ଦୀପାବଳି ମଧ୍ୟ ଧୂମଧାମ ରେ ପାଳିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଯୁବକ ସଂଘକୁ ଭୁୟସୀ ପ୍ରଶଂସା କରିଥିଲେ । ଯୁବକମାନେ ଆଧ୍ୟାତ୍ମିକତା ଚିନ୍ତାଧାରାକୁ ବଜାୟ ରଖି ପାରିଛନ୍ତି । ସେହିପରି ଯୁବକ ମାନେ ସମାଜର ସାମୂହିକ ପ୍ରଗତୀ ପାଇଁ ମଧ୍ୟ ସଂକଳ୍ପବଦ୍ଧ ହେବା ଆବଶ୍ୟକ ରହିଛି ବୋଲି ଭାଷଣ ପ୍ରସଙ୍ଗରେ କହିଥିଲେ । ସେ ଦେବୀ ମା କାଳୀଙ୍କର ଭକ୍ତ ଅଟନ୍ତି । ମନ୍ତ୍ରୀ ଶ୍ରୀ ବେହେରା ମା କାଳୀଙ୍କର ଭଜନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ବିଜେପିର ଜିଲ୍ଲା ଉପସଭାପତି ଅଜିତ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୁବକମାନଙ୍କୁ ସାଧୁବାଦ ଜଣାଇ ଯୁବକ ମାନେ ଦେଶ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ ବୋଲି କହିଥିଲେ । ଯୁବକ ସଂଘ ଗୁଡିକ ସଂଘଠିତ ହୋଇ ଶାନ୍ତି, ମୈତ୍ରୀ ଓ ଏକତା ପ୍ରତିଷ୍ଠା ପାଇଁ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ଯୁବକସଙ୍ଘ ତଥା କାଳୀପୂଜା କମିଟିର ସଭାପତି କାମାକ୍ଷା ନାଏକ କମିଟିର ଉନ୍ନତି ପାଇଁ ସମସ୍ତଙ୍କର ସହାୟତା ଓ ଆଶୀର୍ବାଦ ଲୋଡ଼ିଥିଲେ । କମିଟିର ଉପସଭାପତି ରଘୁପତି କହଁର ବାର୍ଷିକ ବିବରଣୀ ପାଠ କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ରୁକସନା ମେଲୋଡି ଓ ସ୍ଥାନୀୟ ଗଣ୍ଡାପଡା ଗ୍ରାମର ମହାଭାରତ ଏବଂ ଶ୍ରୀପଲ୍ଲା ଗ୍ରାମର ରାମାୟଣ ନାଟକ ପ୍ରଦର୍ଶିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

6 + 15 =