ବିକାଶ ହତ୍ୟା ଘଟଣାର ଭିନ୍ନମୋଡ଼, ସୁପରିକଳ୍ପିତ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

0 319

ଦଶପଲ୍ଲା : ଦଶପଲ୍ଲା ମଧ୍ୟଖଣ୍ଡ ଅଂଚଳର ଦୁର୍ଦ୍ଦାନ୍ତ ଲୁଟେରା ବିକାଶ ବେହେରା ହତ୍ୟା ଘଟଣାରେ ପୋଲିସ ବିକାଶର ସ୍ତ୍ରୀର ଏତଲାକୁ ଭିତ୍ତି କରି ୧୦ ଜଣଙ୍କ ନାମରେ ମୋକଦ୍ଦମା ରୁଜୁ କରିଛି । ଏହି ଦଶ ଜଣଙ୍କ ମଧ୍ୟରେ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ତେନ୍ତୁଳିଆପଲ୍ଲି ଗ୍ରାମର ତ୍ରିନାଥ ବେହେରା, ମହେନ୍ଦ୍ର ବେହେରା, ସୋମନାଥ ବେହେରା, ସନାତନ ବେହେରା, ଗୁରୁବାରି ବେହେରା, କିଶୋର ବେହେରା, ଶିବ ପ୍ରସାଦ ବେହେରା, ମହେଶ୍ୱର ପରିଡ଼ା ଓ ପ୍ରକାଶ ବେହେରାଙ୍କ ନାମରେ ହତ୍ୟା ମୋକଦ୍ଦମା ରୁଜୁ କରିଛି । ଏହି ଘଟଣାରେ ପୋଲିସ ମହେନ୍ଦ୍ରକୁ ଥାନାରେ ଅଟକ ରଖି ଏହାର ତଦନ୍ତ ଜାରି ରଖିଛି । ଏହି ଘଟଣା ଦୁଇ ଗୋଷ୍ଠୀର ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିକାଶକୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅନ୍ୟ ପାର୍ଶ୍ୱରେ ସେହିଦିନ ବିକାଶ ଏକୁଟିଆ ଥିଲା ନା ତା ସହିତ ଅନ୍ୟ କିଏ ଥିଲେ ତାହା ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ବିକାଶକୁ ସୁଚିନ୍ତିତ ଯୋଜନାବୋଧ ଭାବେ ହତ୍ୟା କରାଯାଇଥିବା ବିକାଶର ସ୍ତ୍ରୀ ଗୀତାଞ୍ଜଳି ବେହେରା ତାଙ୍କ ଏତଲାରେ ଦର୍ଶଇବା ସହ ଏକ ଦଶା ଭୋଜିକୁ ଡକାଇ ବିକାଶକୁ ହତ୍ୟା କରାଯାଇଥିବା ମଧ୍ୟ ଏତଲାରେ ଦର୍ଶାଇଛନ୍ତି । ସୂଚନା ଯୋଗ୍ୟ ଯେ, ତେନ୍ତୁଳିଆ ପଲ୍ଲୀ ଗ୍ରାମରେ ସଦା ସର୍ବଦା ଗୋଷ୍ଠୀ ବିବାଦ ଲାଗି ରହିଥିବା ବେଳେ ଦୀପାବଳି ଦିନ ସେହି ଗ୍ରାମର ମହେଶ୍ୱରଙ୍କ ସମ୍ପର୍କୀୟଙ୍କ ଦଶା କାର୍ଯ୍ୟରେ ଯୋଗ ଦେବା ପାଇଁ ବିକାଶକୁ ଡାକିଥିଲେ । ଏହାପରେ ବିକାଶ ଗାଁକୁ ଯିବା ସମୟରେ ବାଣ ଫୁଟାକୁ କେନ୍ଦ୍ର କରି ବିବାଦ ଦେଖା ଦେଇଥିଲା, ଯାହାକୁ ନେଇ ବିକାଶର ବିରୋଧୀ ଗୋଷ୍ଠୀ ବିକାଶ ଉପରେ ଆକ୍ରମଣ କରିଥିବା ବେଳେ ମହେନ୍ଦ୍ର ବେହେରା ଏକ ଭୁଜାଲିରେ ବିକାଶକୁ ଆକ୍ରମଣ କରିଥିଲା । ଫଳରେ ବିକାଶର ପେଟରୁ ଅନ୍ତ ବୁଜୁଲା ବାହାରି ପଡିଥିବା ବେଳେ ତାର ବେକ ଓ ହାତରେ ଆଘାତ ଲାଗୁଥିଲା । ପରେ ବିକାଶ ନିଜକୁ ରକ୍ଷା କରିବାକୁ ଯାଇ ନିଜେ ଧରି ଆସିଥିବା ସ୍କର୍ପିଓରେ ଗୁରୁତର ଅବସ୍ଥାରେ ପଳାଇ ଯାଉଥିବା ବେଳେ ଗାଁ ନିକଟ ଏକ ପୋଲ ସହ ତାର ଗାଡ଼ି ଧକ୍କା ଦେଇ ଓହଳି ରହିଥିଲା । ପରେ ଗ୍ରାମବାସୀ ବିକାଶକୁ ଉଦ୍ଧାର କରି ସ୍ଥାନୀୟ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ଏହି ଘଟଣା କ’ଣ ହେଉଛି ତାହା ଦେଖିବାକୁ ବାକି ରହିଛି ।

hiranchal ad1
Leave A Reply

Your email address will not be published.

4 × 2 =