ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0 70

ସୁବର୍ଣ୍ଣପୁର : ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୦ ଦଫା ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇ ଜ଼ିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ଦାବି ମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ମୁତ୍ୟୁ କାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବୀ କରାଯାଇଛି । ସାମ୍ବାଦିକମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି )ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣରେ ସରଳୀକରଣ ଓ ସ୍ୱତନ୍ତ୍ର ସୁବିଧା ପ୍ରଦାନ , ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କ ପାଇଁ ଏକ୍ରିଡେସନ ନୀତିରେ ସରଳୀ କରଣ, ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା,ସରକାରୀ ବିଜ୍ଞ୍ୟପନରୁ ଦୁଇ ପ୍ରତିଶତ ରାଶିକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ବ୍ୟବହାର କରାଯିବାକୁ ଓ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ପ୍ରମୁଖ ଦାବୀ ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ଜ଼ିଲ୍ଲା ସଂଘ ଉପଦେଷ୍ଟା ଦିଲ୍ଲୀପ ପାତ୍ର, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଉପ ସଭାପତି ବିବେକାନନ୍ଦ ମିଶ୍ର, ସମ୍ପାଦକ ମହାଦେବ ମଲ୍ଲିକ, ଜ଼ିଲ୍ଲାର ବୟୋଜ୍ୟଷ୍ଠ ତଥା ପେନସନ ଭୋକ୍ତା ସାମ୍ବାଦିକ ବିନୟ ରଞ୍ଜନ ପ୍ରାଧାନ, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ, ଉଗ୍ରେସନ କର୍ମୀ, ରଞ୍ଜନ ହୋତା, ଯୁଧିଷ୍ଠିର ସାହୁ ପ୍ରମୁଖ ଅନେକ ସଭ୍ୟ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

seventeen + 2 =