ସୁବର୍ଣ୍ଣପୁରରେ ପହଞ୍ଚିଲା ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ରଥ

0 180

ସୁବର୍ଣ୍ଣପୁର : ସମସ୍ତଙ୍କୁ ଭଲ ପାଅ ଓ ସମସ୍ତଙ୍କ ସେବା କର । ପୁଟ୍ଟପର୍ତ୍ତୀ ପ୍ରଶାନ୍ତିରୁ ଯାତ୍ରା ଆରମ୍ଭ କରି ଓଡିଶାର ପ୍ରତ୍ୟେକ ଜ଼ିଲ୍ଲା ଓ ଗାଁ ଗାଁରେ ପହଂଚି ଶାନ୍ତି ଓ ପ୍ରେମର ବାର୍ତ୍ତାର ସଚେତନତା କରାଉଥିବା ଶ୍ରୀ ସତ୍ୟସାଇ ବାବାଙ୍କ ଏହି ଦିବ୍ୟ ପାଦୁକା ରଥ ଯାତ୍ରା ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି । ଏହି ବାର୍ତ୍ତା ନେଇ ସୁଦୁର ପ୍ରଶାନ୍ତିରୁ ବାହାରି ଥିବା ଏହି ପାଦୁକା ରଥ ଯାତ୍ରା ଜ଼ିଲ୍ଲାରେ ଗତକାଲିଠୁ ସୋନପୁର ବ୍ଲକର ବିଭିନ୍ନ ଗାଁରେ ବୁଲିଥିବା ବେଳେ ଆଜି ସୋନପୁର ସହରର ମୁଖ୍ୟ ରାସ୍ତାରେ ଆସି ସବୁ ସାହି ପରିକ୍ରମା କରିଥିଲା । ଏହି ଯାତ୍ରା ସମୟରେ ବିଭିନ୍ନ ବାଜା, ଭଜନ କୀର୍ତ୍ତନ, ୧୧ଜଣ ପଣ୍ଡିତଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ସହ ହଜାର ଭକ୍ତ ବାବାଙ୍କ ଦିବ୍ୟପାଦୁକା ଦର୍ଶନର ଦୃଶ୍ୟ ସହରରେ ଏକ ଆଧ୍ୟାତ୍ମିକ, ଭାବାବେଗ ପରିବେଶ ସୃଷ୍ଟି କରିଥିଲା । ଓଡିଶାରେ ୩ ମାସ ଯାଏ ଓ ସୁବର୍ଣ୍ଣପୁର ଜ଼ିଲ୍ଲାରେ ୧୪ଦିନ ଯାଏ ଯାତ୍ରା କରୁଥିବା ଏହି ପାଦୁକା ଯାତ୍ରା ବେଳେ ସବୁ ସ୍ଥାନରେ ଜଳ ଛତ୍ର, ଚକ୍ଷୁ ଚିକିତ୍ସା ଶିବିର, ପ୍ରାଣୀ ଚିକିତ୍ସା ଶିବିର ଓ ରକ୍ତ ଦାନ ଶିବିର ସମେତ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଥିବା ପାଦୁକା ଯାତ୍ରା ଇନଚାର୍ଜ ପ୍ରଶାନ୍ତ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ପାଇଛି । ସହର ପରିକ୍ରମା ପରେ ଶ୍ରୀ ସତ୍ୟ ସାଇ ସେବା ସମିତି ଠାରେ ଏହି ରଥ ପହଂଚିଥିଲା । ଏଠାରେ ମଧ୍ୟ ପ୍ରଭୁ କୃପା ଲାଭ, ପାଦୁକା ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଜଣାଯାଇଛି । ଶ୍ରୀ ସାଇ ସେବା ସମିତି ର ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସୋନପୁର ଶାଖା ସଭାପତି ଗୁଣନିଧି ପାତ୍ର, ଆବାହକ ସମୀର ରଞ୍ଜନ ବହିଦାର, ବରିଷ୍ଠ ସଭ୍ୟ ସୂର୍ଯ୍ୟନାରାୟଣ ମହାପାତ୍ର, ସୁଶ୍ରୀ ରେଣୁକା ମିଶ୍ର, ଟିକେଶ୍ୱରୀ ମେହେର, ସୌରଭ ଖମାରୀ, ଆରତୀ ଖମାରୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଦିବ୍ୟ ପାଦୁକା ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଶ୍ରୀ ସତ୍ୟସାଇ ସେବା ସମିତି ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ବାବାଙ୍କର ଦିବ୍ୟପାଦୁକା ଦର୍ଶନ କରିବାସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ବାବାଙ୍କର ଆଲୌକିକ ଦିବ୍ୟବାଣୀତଥା ନରନାରାୟଣାଙ୍କ ସେବାହିଁ ଭଗବାନଙ୍କ ପ୍ରକୃତ ସେବାବୋଲି ଉଲ୍ଲିଖିତ କରି ଆମେ ସଦାବେଳେ ଆଚରଣକୁ ଭୁଲିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

three × three =