ଭତ୍ତା ଓ ହ୍ୱିଲଚେୟାର ପାଇବାରୁ ବଞ୍ଚିତ ବିକଳାଙ୍ଗ ଶିଶୁ

0 103

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁର୍ଲୁମାଲ ଗାଁର ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା(୪ବର୍ଷ ) । ୧୦ ଥରରୁ ଉର୍ଦ୍ଧ୍ୱ ହେବ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ପାଇଁ ସେ ଆବେଦନ କରିଛନ୍ତି । ତଥାପି କେହି ତାଙ୍କ ଗୁହାରି ଶୁଣି ନଥିବା ଅଭିଯୋଗ ହେଇଛି । ଖପ୍ରାଖୋଲ ପ୍ରାୟ ୫ କିମି ଦୂର କୁର୍ଲୁମାଲରେ ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା, ବାପା -ତୁଳସୀ ବରିହା ଓ ମା -ଲଷ୍ମୀ ବରିହା ବସବାସ କରନ୍ତି । ବାପା,ମା ଦିନ ମଜୁରୀ କଲେ ପରିବାର ପେଟକୁ ଦାନା ଯୋଗାଡ଼ ହୁଏ । ତାଙ୍କୁ ସରକାର ସହାୟତା କହିଲେ ରାସନ କାର୍ଡରୁ ୫ କେଜି ଚାଉଳ, ଯାହାକି ପରିବାର ଚାଲିବାରେ ନିଅଣ୍ଟ । ଏପରିକି ବାପା ଓ ମା କହିବା ଅନୁଯାୟୀ ତାଙ୍କର ଘର ଖଣ୍ଡିଏ ନଥିବାରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ବିକଳାଙ୍ଗ ସରସ୍ୱତୀଙ୍କ ଭତ୍ତା ପାଇଁ ରାଜନେତା ଠାରୁ ଆରମ୍ଭ କରି ଅନେକ ସରକାରୀ ବାବୁଙ୍କୁ ଆବେଦନ କରିଥିଲେ ମଧ୍ୟ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ବିଷୟରେ ତଦାରଖ କରି ତୁରନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏଣୁ ବାପା ଓ ମା ଦିନ ମଜୁରୀ କଲେ ପେଟପାଟଣା ଚଲୁଥିବାରୁ ତାଙ୍କ ବିକଳାଙ୍ଗ ଝିଅଙ୍କୁ ଭତ୍ତା ସହ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ବିକଳାଙ୍ଗ ଝିଅ ସରସ୍ୱତୀଙ୍କ ଭତ୍ତା ଓ ହ୍ୱିଲଚେୟାର ପାଇଁ ଖପ୍ରାଖୋଲ ଡ୍ରାଇଭର ସଂଘର ସୁଶୀଲ ଦଣ୍ଡସେନା, ରାଧାକାନ୍ତ ବନଗୁଲା, ଅଲେଖ ସାହୁ, ସାମନ୍ତ ସାହୁ, ପଣ୍ଟୁ ସାହୁ ସହାୟତା ପାଇଁ ଖପ୍ରାଖୋଲ ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 9 =