କେନାଲରେ ଆସୁନି ପାଣି, ଚାଷୀ ଅସନ୍ତୋଷ

0 75

ଭବାନୀପାଟଣା:ବହୁମୁଖୀ ଇନ୍ଦ୍ରାବତୀ ଚିରସ୍ରୋତା ନାମରେ ନାମିତ । ଇନ୍ଦ୍ରାବତୀ ଜଳଭଣ୍ଡାର ୧୧୦ବର୍ଗ କିମି ଅନିକଟ ଜଳଧାରଣ କ୍ଷମତା ଥିବା ବେଳେ କଳାହାଣ୍ଡି ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟାଇଛି ମଙ୍ଗଳପୁର ବ୍ୟାରେଜରୁ ବାମ, ଦକ୍ଷିଣ ଓ ଉଠା ଜଳସେଚନ ମାଧ୍ୟମରେ ଜିଲ୍ଲାର ଏକ ଲକ୍ଷରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ଜଳମଗ୍ନ ହେଉଛି । କିନ୍ତୁ କେନାଲ ଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତଳମୁଣ୍ଡକୁ ଆବଶ୍ୟକ ପାଣି ପହଁଚି ପାରୁନାହିଁ । ବର୍ତ୍ତମାନ ଅଗଷ୍ଟ ମାସ ଆରମ୍ଭ ହୋଇଥିବା ବେଳେ ଅଞ୍ଚଳରେ ଜୋରସୋରରେ ଚାଷ କାର୍ଯ୍ୟ ହେଉଛି । କିନ୍ତୁ କେନାଲ ପାଣି ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାମ କେନାଲ ବିଭାଗ ନଂ-୧ କୁସୁମଖୁଣ୍ଟି କନ୍ଦାବୁଟୁରା ମାଇନରଠାରୁ ସବ ମାଇନର ବାଣ୍ଡିଗାଁ କେନାଲ ପର୍ଯ୍ୟନ୍ତ । ଉକ୍ତ କେନାଲକୁ ବାଣ୍ଡିଗାଁ ଅଞ୍ଚଳର ତିନିସହ ଚାଷୀ ନିର୍ଭର କରନ୍ତି । ଉକ୍ତ କେନାଲ ୧୯୮୦ ମସିହାରେ ନିର୍ମାଣ କରାଯାଇଥିଲା କିନ୍ତୁ ଦୀର୍ଘ ଦିନ ହେବ ମରାମତି କିମ୍ବା ରକ୍ଷଣାବେକ୍ଷଣ କରାଯାଇ ନାହିଁ । କେବଳ କେବେ କେଉଁଠି ସିମେଣ୍ଟ ଲଗାଯାଇଛି । କେନାଲ ଶୋଚନୀୟ ଅବସ୍ଥା ଯୋଗୁଁ ଚାଷୀ ମୁନ୍ଦାଏ ପାଣି ପାଉନାହାନ୍ତି ।

hiring

ସୂଚନାଯୋଗ୍ୟ ଯେ ଉଭୟ ଖରିଫ ଓ ରବି ଋତୁରେ ଆବଶ୍ୟକ ପାଣି ଚାଷୀ ପାଉନାହାନ୍ତି । ବର୍ଷକୁ ବର୍ଷ କେନାଲ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ହେଉଥିବା ବେଳେ ଅସାଧୁ ଠିକାଦାର ଓ ଦୁର୍ନୀତି ଖୋର ନିର୍ବାହୀ ଯନ୍ତ୍ରୀ ନିମ୍ନମାନର କାର୍ଯ୍ୟ ସମ୍ପାଦନ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବାରୁ ଅଭିଯୋଗ କରିଛନ୍ତି ଚାଷୀ । ଗତ ଏପ୍ରିଲ ମାସରେ କେନାଲ ରକ୍ଷଣାବେକ୍ଷଣା, ମରାମତି ଦାୟିତ୍ୱ ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଗାନ୍ଧିଜୀ ପାଣି ପଞ୍ଚୟତ ଗଠନ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ କାଗଜପତ୍ର ହସ୍ତାନ୍ତର କରୁନାହାନ୍ତି କି ଉକ୍ତ କେନାଲର ଦାୟିତ୍ୱ ଦେଉନାହାନ୍ତି ବିଭାଗୀୟ ଅଧିକାରୀ । ଏ ବିଷୟରେ ବାଣ୍ଡିଗାଁ ଗାନ୍ଧିଜୀ ପାଣି ପଞ୍ଚୟତର ସଂଗଠନ ପକ୍ଷରୁ ତା ୨-୮-୨୦୨୨ ରିଖଦିନ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ପାତ୍ରଙ୍କୁ ଅଭିଯୋଗ କରିବାରୁ ନିଶ୍ଚୟ ଦୁଇ ତିନି ଦିନ ଭିତରେ ପାଣି ପାଇଯିବେ ବୋଲି କହିଛନ୍ତି । ଯଦି ଏହାର ସମାଧାନ ନହୁଏ ତାହାହେଲେ ବାଣ୍ଡିଗାଁର ଶତାଧିକ ଚାଷୀ ରାଜରାସ୍ତାକୁ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + thirteen =