ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳ ପଡିଆଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଓ ଜଗତରନାଥ ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଆଜି ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥିଭାବେ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଯୋଗ ଦେଇଥିଲେ । ଶେଷରେ ନୀଳାଚଳ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ସନ୍ଧ୍ୟା ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନିକୁନି କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ସିନେ କଳାକାର ସୁଶ୍ରୀ ଚାନ୍ଦିନୀ ଜେନା ଓ ସମ୍ବଲପୁରୀ ଲୋକ ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।