୪୦ ବର୍ଷର ସ୍ମୃତି ସାଉଁଟିଲେ ୧୯୮୩ ମସିହା ମାଟ୍ରିକ୍‌ ପୁରାତନ ଛାତ୍ର

0 131

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ଼ ବିଦ୍ୟାଳୟର ୧୯୮୩ ମସିହାର ମାଟ୍ରିକ୍‌ ପୁରାତନ ଛାତ୍ର ସ୍କୁଲରେ ପହଞ୍ଚି ୨୦୦ରୁ ଊର୍ଦ୍ଧ୍ୱ ଷଷ୍ଠରୁ ଦଶମ ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ନିଜର ହଜିଲା ସ୍ମୃତି ଫର୍ଦ୍ଦ ଖୋଲିଛନ୍ତି । ଏହି ଦଳରେ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ସ୍ୱଦେଶ ମିଶ୍ର, ହୃଷିକେଶ ପାତ୍ର, ସଚ୍ଚ଼ିଦାନନ୍ଦ ପାଢ଼ୀ, ଅସିତ ମହାପାତ୍ର, ଅମିୟ କୁମାର ରଥ, ଟି ଶ୍ରୀନିବାସ ରାଓ, ରାଜକିଶୋର ଦାଶ, ସୁରେନ୍ଦ୍ର କୁମାର ଦାଶ, ସୁଦର୍ଶନ ଚୌଧୁରୀ, ଅଶୋକ କୁମାର ପଟ୍ଟନାୟକ, ରଘୁନାଥ ମହାପାତ୍ର ପ୍ରମୁଖ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସୁଦାମଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ପାରାଲିସିସ୍‌ ଆକ୍ରାନ୍ତ ସହପାଠୀ ରଜନୀକାନ୍ତ ଦିଗାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ମନୋବଳ ଦୃଢ଼ ରଖିବାକୁ କହିଥିଲେ ସହପାଠୀ । ବାଲିଗୁଡ଼ା ସମେତ ବାହାରେ ରହୁଥିବା ପୁରାତନ ଛାତ୍ର ବାଲିଗୁଡ଼ା ଠାରେ ଏକତ୍ରିତ ହୋଇ ଅତୀତର ସେହି ସ୍ମୃତି ସାଉଁଟିବା ସହ ପିଲା ବେଳର ସାଙ୍ଗ ସାଥିଙ୍କୁ ପାଖରେ ପାଇଁ ବେସ୍‌ ସନ୍ତୁଷ୍ଟି ଲାଭ କରିଥିଲେ ।

hiranchal ad1
Leave A Reply

Your email address will not be published.

13 + seventeen =