ଟଙ୍କା ସହ ଧରାପଡିଲେ ବିଟ୍‌ ଫରେଷ୍ଟ ଗାର୍ଡ

0 136

ନନ୍ଦାହାଣ୍ଡି : ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଲେ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ ଫରେଷ୍ଟ ଗାର୍ଡ ବିନାୟକ ସୋରି ବାଇକରେ ଏକ ଲକ୍ଷ ତେପନ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କୌଣସି ବିଶେଷ ସୁତ୍ରରୁ ଖବର ପାଇ ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଠାରୁ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିନାୟକ ସୋରି ଯିବା ସମୟରେ ଭିଜିଲାନ୍ସ ଟିମ୍‌ ଅଟକ ରଖି ପଚରାଉଚରା କରିବା ସମୟରେ ୧,୫୩,୦୦୦ ଟଙ୍କା ନିଜ ବାଇକ୍‌ରୁ ବାହାରି ଥିଲା । ବିନାୟକଙ୍କ ନବରଙ୍ଗପୁରର ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ତଦନ୍ତ ଚଳାଇଛି । ବର୍ତ୍ତମାନ ବିନାୟକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ଭିଜିଲାନ୍ସ ଟିମ୍‌ । ନବରଙ୍ଗପୁର ଜିଲ୍ଲା ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଭିଜିଲାନ୍ସ ଦଳ ଏହି ଚଢାଉରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

twenty − 9 =