ମନ୍ତ୍ରୀଙ୍କ ଦ୍ୱାରା ୨ଟି ପ୍ରକଳ୍ପର ଶିଳାନ୍ୟାସ

0 81

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁରଠାରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ,ପାନୀୟ ଜଳ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକମଳରେ ଶିଳାନ୍ୟାସ ଓ ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ସମେତ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ୭ନଂ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ଏସିଏଫ୍‌ ଆଶିଷ କହଁର, ଅର୍ଚ୍ଚନା ଗମାଙ୍ଗ, ମିନାକ୍ଷୀ କୁମରାଙ୍କ ସହିତ ଫରେଷ୍ଟର ଆଶିଷ ଦିଗାଲ, ଅଭିମନ୍ୟୁ ମହାନ୍ତି, ସ୍ୱାଧୀନ ସାମଲ, ଗୋବର୍ଦ୍ଧନ ମେହେର ଓ ଫରେଷ୍ଟ ଗାର୍ଡ ଉପସ୍ଥିତ ରହି ଔଷଧୀୟ ବୃକ୍ଷ ରକ୍ତ ଚନ୍ଦନ, ନାଗେଶ୍ୱର, ନିମ୍ବ, ହରିଡ଼ା, ଅଁଳା, ଅଶୋକ, ବେଲ ଆଦି ଲଗାଇ ଥିଲେ । ଏହି ଔଷଧୀୟ ଉଦ୍ୟାନରେ ୫୧ପ୍ରଜାତିର ଔଷଧୀୟ ୨୫୦୦ ସହ ବୃକ୍ଷ ରୋପଣ କରିବାର ଥିବା ନେଇ ବୌଦ୍ଧ ଜିଲ୍ଲା ବନ ବିଭାଗ ଅଧିକାରୀ ଦେବପ୍ରିୟ କମ୍ପୋ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + nineteen =