ଆସନ୍ତାକାଲି ଓଡିଶା ଆସିବେ ମମତା ବାନାର୍ଜୀ, ୨୨ରେ ମହାପ୍ରଭୁଙ୍କ କରିବେ ଦର୍ଶନ

0 73

ପୁରୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ ପୁରୀ ଆସି ୨୨ ତାରିଖ ବୁଧବାର ଅପରାହ୍ନ ୪ ଟା ବେଳେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୌଳିକ ପଣ୍ଡା ହେଉଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ତେବେ ସୂଚନା ଅନୁଯାୟୀ ପୁରୀରେ ପଶ୍ଚିମବଙ୍ଗ ସରକାରଙ୍କ ଏକ ଗେଷ୍ଟହାଉସ୍‌ ନିର୍ମାଣ ହେବ । ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଆସୁଥିବା ତାଙ୍କ୍‌ କୌଳିକ ପଣ୍ଡା ସୂଚନା ଦେଇଛନ୍ତି । କିନ୍ତୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ତେବେ ବୁଧବାର ଅପରାହ୍ନ ୪ ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦର୍ଶନ କରିବେ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ । ପରେ ସେ ମା’ ବିମଳା, ଲକ୍ଷ୍ମୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ । ପରେ ୨୩ ତାରିଖରେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ସେଠାର ଦେଶରେ ହେବାକୁ ଥିବା ଆଗାମୀ ନିର୍ବାଚନ, ସାଂପ୍ରତିକ ରାଜନୀତି ସ୍ଥିତି ନେଇ ଆଲୋଚୋନା ହେବ । ତେବେ ମମତା ବାନାର୍ଜୀ ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ଜଣେ ପରମ ଭକ୍ତ । ସେ ସବୁ ବେଳେ ମହାପ୍ରଭୁଙ୍କୁ ସ୍ମରଣ କରି ସବୁ କାର୍ଯ୍ୟ କରନ୍ତି ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ଗତ ନିର୍ବାଚନରେ ମମତା ବାନାର୍ଜୀଙ୍କ ଘରକୁ ଯାଇ ସେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ପରେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ବିପୁଳ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଣୁ ସେ ମହାପ୍ରଭୁଙ୍କୁ ବହୁତ୍‌ ଭକ୍ତି କରନ୍ତି । ସେ ଅତି ସାଧାରଣ, ନିରାଡମ୍ବର ବ୍ୟକ୍ତି । ସେ ଯେତେବେଳେ ବି ଫୋନ୍‌ କରନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ, ପୂଜାର୍ଚ୍ଚନା ପାଇଁ ସବୁ ବେଳେ କୁହନ୍ତି ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ମମତା ବାନାର୍ଜୀ ମହାପ୍ରଭୁ ଖଣ୍ଡୁଆ, ଶ୍ରୀ କପଡ଼ା ନେଇଥାନ୍ତି । ତେବେ ପୁରୀ ଆସିଲେ ତାଙ୍କୁ ମହାପ୍ରଭୁ ମାଳ, ମହାର୍ଦ ସହ ମହାପ୍ରଭୁଙ୍କ ଖଣ୍ଡୁଆ, ଶ୍ରୀକପଡା ଦିଆଯିବ । ତାଙ୍କ୍‌ ମଙ୍ଗଳ ପାଇଁ ନୀଳଚକ୍ରରେ ବାନା ଚଢାଯିବ । ଆଗାମୀ ପଞ୍ଚାୟତ ନିର୍ବାଚନରେ ତାଙ୍କର ସଫଳତା ନେଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ ବୋଲି ମହାପ୍ରଭୁଙ୍କ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven − eight =