ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦଙ୍କ ବିଦ୍ୟାଳୟ ନିର୍ମାଣ ସମୀକ୍ଷା

0 78

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ନୂତନ କୋଠା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ପାଇଁ ଅନୁମୋଦିତ ହୋଇଛି । ଏହାର ନିର୍ମାଣ କାମ ଜୋରସୋରରେ ଚାଲିଛି । ଜିଲ୍ଲା ଶିକ୍ଷା ବିଭାଗ ତତ୍ତ୍ୱାବଧାନରେ ଏହି ନିର୍ମାଣ କାମ ଜାରି ରହିଛି । ଗତକାଲି ବିଦ୍ୟାଳୟର ପୁରାତନ ଛାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଏହି ନିର୍ମାଣ କାମର ସମୀକ୍ଷା କରିଥିଲେ । ସର୍ବଶିକ୍ଷା ଅଭିଯାନର ସହକାରୀ ଯନ୍ତ୍ରୀ ତ୍ରିପତି ପାତ୍ର ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଥମ ମହଲାରେ ସମ୍ମିଳନୀ କକ୍ଷ ନିର୍ମାଣ ଚାଲିଛି । ଏହି ବିଦ୍ୟାଳୟର ବାର୍ଷିକତ୍ସୋବ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମର ସୁଯୋଗ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଏହାର ବାମପାର୍ଶ୍ୱରେ ୧୦ ଙ୍ଘ୧୦ ଫୁଟର ଗୋଟିଏ ବଖରା କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା ।ଏହାର ଡାହାଣ ପାର୍ଶ୍ୱରେ ଅତିଥିମାନଙ୍କ ସକାଶେ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସକାଶେ ଆଉ ଦୁଇଟି ଶୌଚାଳୟ ଓ ଚାରିଗୋଟି ପରିଶ୍ରାଗାର କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ଏହାର ସଂପୂର୍ଣ୍ଣ ଦାୟୀତ୍ୱ ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦର ସଭ୍ୟମାନେ ଅହରହ ସମୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ନିର୍ମାଣ କାମ ସନ୍ତୋଷଜନକ ରହିଛି ଯାହା କମିଟି ଓ ପୁରାତନ ଛାତ୍ର ବନ୍ଧୁମାନେ ହୃଦବୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା,ଭାଗବତ ପାଢୀ ଏବଂ ରଘୁନାଥ ବରାଡଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ସସ୍ମିତା ଗନ୍ତାଏତ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଶିକ୍ଷକ ରାମଶଂକର ଗନ୍ତାଏତ ଏହାକୁ ପରିଚାଳନା କରିଥିଲେ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣା ମନ୍ତ୍ରଣାଳୟ ତରଫରୁ ଏହି ନବୀକରଣ କାର୍ଯ୍ୟକ୍ରମ ପାଇଁ କମିଟି ଓ ପୁରାତନ ଛାତ୍ରମାନେ ସାଧୁବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

16 − fourteen =