ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0 76

ପାରାଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମ ଠାରେ ଥିବା ରାମଲିଙ୍ଗେଶ୍ୱର ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟଠାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିସିସି ବ୍ୟାଙ୍କର ଆସିଷ୍ଟେଣ୍ଡ ମ୍ୟାନେଜର ପ୍ରଶାନ୍ତ ନାୟକ, ବିସିସି ବ୍ୟାଙ୍କର ସୁପ୍ରଭାଇଜର କେଦାର ନାଥ ଅଧିକାରୀ ଏଆରସିଏସ ହରିହର ସେଠୀ, ରାମ ଲିଙ୍ଗେଶ୍ୱର ସୋସାଇଟିର ସଭାପତି ଇ. ମୋହନ ରାଓ, ସମ୍ପାଦକ ଇ. ରାମ ପ୍ରସାଦ, ପ୍ରଶାନ୍ତ କୁମାର ପାଳ ପ୍ରମୁଖ ଉପସ୍ଥିତ ରହି ସମବାୟ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ସକାଶେ ବ୍ୟାଙ୍କିଙ୍ଗ ସେବା ଓ ଋଣ ପ୍ରଦାନ ଉପରେ ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇ ଥିଲେ । ଦଶ ହଜାରରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାର କୃଷି ଋଣ, ଯୁଗ୍ମ ଦେୟ ଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୂମିହୀନ ଚାଷୀ ତଥା ଭାଗ ଚାଷୀମାନଙ୍କୁ ବିନା ସୁଧରେ ଓ ସହଜରେ କୃଷି ଋଣ ପ୍ରଦାନ, ଚାଷୀ ଭାଇ ଓ ଭଉଣୀମାନଙ୍କୁ ସହଜରେ ବ୍ୟାଙ୍କିଙ୍ଗ ସୁବିଧା ଉପରେ ଚାଷୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାଆ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 − 4 =