ଓଡ଼ିଶା ସାମ୍ୱାଦିକ ସଙ୍ଘର ଜିଲା ସାଧାରଣ ପରିଷଦ ବୈଠକ

0 114

ନବରଙ୍ଗପୁର ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ), ନବରରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ ସାମ୍ବାଦିକ ମାନଙ୍କର ପାଇଁ କର୍ପସ ପାଣ୍ଠିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସାମ୍ବାଦିକ ମାନେ ନିଜର ବୃତ୍ତି ଠିକ ଭାବରେ କରିବାକୁ ମତ ଦେଇଥିଲେ । ପ୍ରତ୍ୟେକ ବୃତ୍ତିରେ କିଛି ନା କିଛି ଅସୁବିଧା, କଷ୍ଟ ଆସିବ ତାକୁ ଖାତିର ନକରି ନିଜର କର୍ତ୍ତବ୍ୟରେ ଆଗେଇବାକୁ ପରାମର୍ଶ ଦେଇଥିଲେ । ତେବେ ଖବର ପରିବେଷଣ ବେଳେ ଆଇନର ଦାୟିତ୍ୱ ରହିବା ଦରକାର । କାମଳ ସାମ୍ବାଦିକତା ସମ୍ପର୍କରେ ମଧ୍ୟ ଆଲୋଚନା ହେଉଥିବା ବେଳେ ଏଥିପ୍ରତି ସଜାଗ ରହିବା ଉଚିତହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ବହୁ ସମୟରେ ନିଜକୁ ବିପନ୍ନ କରି ସତ୍ୟଖବର ପରିବେଷଣ କରୁଛନ୍ତି । ତେବେ ସାମ୍ବାଦିକଙ୍କର ସୁରକ୍ଷା ପାଇଁ ସରକାର ଆଇନ ପ୍ରଣୟନ କରିବାକୁ କହିଥିଲେ । ମୁଖ୍ୟବକ୍ତା ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକଙ୍କର ଏକତା ଓ ସଙ୍ଗଠନର ସୁଦୃଢ଼ ଉପରେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ରାଜ୍ୟରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ କରିଛନ୍ତି ।

hiring

ଓଡିଶାରେ ମଧ୍ୟ ତୁରନ୍ତ ଏହି ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ । ପ୍ରଥମଥର ପାଇଁ ଆସନ୍ତା ମେ ୩ ତାରିଖ ଅନ୍ତର୍ଜାତୀୟ ପ୍ରେସ ଦିବସରେ ଭୁବନେଶ୍ୱରରେ ସଂଘର ରାଜ୍ୟ ସମ୍ମିଳନୀ କରି ପାଳନ କରାଯିବ ବୋଲି ସୂଚନା ଦେଇଥିଲେ ।ଏଥିରେ ସମସ୍ତେ ଯୋଗଦେବାକୁ ଆହ୍ୱାନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ ସାମ୍ବାଦିକଙ୍କର ସମସ୍ୟାର ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ କରିଥିଲେ । ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ରାଜ୍ୟସଂଘର ୧୦ଟି ଦାବି ସମ୍ପର୍କରେ ଅବଗତ କରାଇବା ସହ ସାମ୍ବାଦିକ ସୁରକ୍ଷା ଆଇନ, ବୀମାରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି, ଅବସରକାଳୀନ ଭତ୍ତା, ଋଣରେ ସରଳି କରଣ ଓ ଅଧିସ୍ୱୀକୃତି ନୀତିର ସରଳିକରଣ ପାଇଁ ଦାବି କରିଥିଲେ । ଜିଲା ସଭାପତି ଶିବ ଶଙ୍କର ତ୍ରିପାଠୀ ସ୍ୱଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ଜିଲା ସାଧାରଣ ସମ୍ପାଦକ ଜାନକୀକାନ୍ତ ବିଷୋୟୀ ସମ୍ପାଦକୀୟ ବିବରଣୀ ପାଠ ପରେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଦେବାଶିଷ ଦାସ ଓ ଜ୍ୟୋତିପ୍ରକାଶ ଦାଶ, କାର୍ଯ୍ୟକାରୀ ସମ୍ପାଦକ କେ. ବେଣୁ ଗୋପାଳ ରାଓ, କୋଷାଧ୍ୟକ୍ଷ ଦେବୀ ପ୍ରସାଦ ମହାପାତ୍ର, ଉପଦେଷ୍ଟା ଭାଗିରଥୀ ମଲ୍ଲିକ, ଆଇନ ପରାମର୍ଶଦାତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶିବ ବିଷୋୟୀ, ଶ୍ରୀହରି ବିଷୋୟୀ, ମିହିର ଶଙ୍କର ପାତ୍ର, ଦିବାନ ସିଂ, ତପନ ତ୍ରିପାଠୀ, ସୁଶାନ୍ତ ପଣ୍ଡା, ପରବିନ ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ । ଜିଲାର ବିଭିନ୍ନ ବ୍ଲକରୁ ୮୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eleven + eleven =