ନବନିର୍ମିତ ଫ୍ଲାଇଓଭରରେ ନିର୍ମାଣ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କା

0 128

ସମ୍ବଲପୁର: ଦୀର୍ଘ ପ୍ରତୀକ୍ଷା ପରେ ଆଗାମୀକାଲି ଶୁକ୍ରବାର ଦିନ ନବନିର୍ମିତ ଫ୍ଲାଇଓଭର ଉଦଘାଟନ ସହିତ ଲୋକାର୍ପିତ ହେବାକୁ ଯାଉଛି । ଏହି ପ୍ଲାଇଓଭରରେ କିଛି ନିର୍ମାଣ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କା କରାଯାଉଛି । ସାଧାରଣତଃ ଏପରି ବିଶାଳ କଂକ୍ରିଟ ସଂରଚନାର ନିର୍ମାଣ ବିଭିନ୍ନ ପର୍ଯ୍ୟାୟକ୍ରମେ କରାଯାଇଥାଏ ଓ ଗୋଟିଏ ବ୍ଲକର ଢଲାଇ ପରେ ହିଁ ସଂଲଗ୍ନ ଆର ବ୍ଲକର ଢଲାଇ ହୋଇଥାଏ । ଏହାଫଳରେ ଦୁଇଟି ସଂଲଗ୍ନ ବ୍ଲକ ମଝିରେ କିଛି ଫାଙ୍କା ରହିଥାଏ, ଯାହାକି ସ୍ୱାଭାବିକ ବୋଲି କୁହାଯାଏ । ପୁଣି ପ୍ରଚଣ୍ଡ ଖରା ଯୋଗୁଁ ଏହି କଂକ୍ରିଟ ବ୍ଲକର ସମ୍ୟକ ବିସ୍ତାରିତ ହୁଏ ଓ ସେତେବେଳେ ଏହି ସମ୍ୟକ ଫାଙ୍କା ପ୍ରସାରଣ ପାଇଁ ସ୍ଥାନ ଯୋଗାଇଥାଏ । ଅତି ଅଳ୍ପ ବ୍ୟବଧାନରେ ଏହି ଫାଙ୍କା ରହୁଥିବାରୁ ଏହାଫଳରେ ସାଧାରଣତଃ କୌଣସି ଅସୁବିଧା ହୁଏନାହିଁ । ଏଠାରେ କିନ୍ତୁ ଏପରି ଏକ ଫାଙ୍କ ରହିଯାଇଛି, ଯେଉଁଥିରେ ଏକ ମୋଟରସାଇକେଲ ଚକ ପଶି ଯାଉଛି, ଯାହାକି ଏଠାକାର ଡ଼ିଆଇଜିଙ୍କ ଆବାସ ସ୍ଥଳ ପାଖରେ ରହିଛି । ଆଗାମୀ ଦିନରେ ଏହି ବାଟଦେଇ ଯାଉଥିବା କୌଣସି ଦ୍ୱିଚକୀୟ ବାହନ ଯଦି ଭୁଲବଶତଃ ଏଠାରେ ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ, ତେବେ ଏହି ଫାଙ୍କରେ ଚକା ପଶିଯିବା ଫଳରେ ଗମ୍ଭୀର ଦୁର୍ଘଟଣାର ଆଶଂକା ରହିଛି ।
ଯଦିଓ ଏବିଷୟରେ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ସେ କିନ୍ତୁ ଏହାକୁ ଗୁରୁତର ସହ ଗ୍ରହଣ କରୁ ନାହାନ୍ତି । ଏହି ଫ୍ଲାଇଓଭରର ନିର୍ମାଣ କରିଥିବା ଠିକାଦାର ସଂସ୍ଥା ଯଥେଷ୍ଟ ଆଗରୁ ଏହା ସରକାରଙ୍କୁ ହସ୍ତାନ୍ତର କରି ଏଠାରୁ ଚାଲିଗଲେଣି, ଏଣୁ ସମ୍ପୃକ୍ତ ଅଧିକାରୀ ବର୍ତ୍ତମାନ ନିଜ ଅସହାୟତା ପ୍ରକାଶ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =