ଲାଞ୍ଚନେବା ଅଭିଯୋଗରେ ବନ୍ଧା ହେଲେ ଆଖି ଡାକ୍ତର

0 127

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଂଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ । ରୋଗୀଙ୍କ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସରକାରଙ୍କ ସବୁଠି ମାଗଣା ସୁବିଧା ଥିବାବେଳେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଅପରେସନ ପାଇଁ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିବା ଘଟଣାକୁ ଜନସାଧାରଣଙ୍କ ଭୃକୁଞ୍ଚନ ସୃଷ୍ଟି କରିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନଙ୍କ ନର୍ସିଂହୋମ ପ୍ରିତିଯୋଗୁଁ ଜନସାଧାରଣ ଭୋଗୁଥିବା ଅସୁବିଧାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିବା ସତ୍ତେ୍ୱ ପ୍ରଶାସନିକ ପଦକ୍ଷେପ ନହେବାକୁ ସର୍ବସାଧାରଣ ଅସନ୍ତୋଷ ସୃଷ୍ଟି ହୋଇଛି । ଏବେ ଡାକ୍ତର ସଞ୍ଜୀବ କର ଭିଜିଲାନ୍ସ ହାତରେ ଧରାପଡିବାପରେ ତାଙ୍କ ବଲାଙ୍ଗୀର ସୁଦପଡା ବାସଭବନ ଓ ସୋନପୁର ସ୍ଥିତ ସରକାରୀ ଘରୁ ୨ଲକ୍ଷ ୬ ହଜାର ୪୪୦ ଟଙ୍କା ମିଳିଥିବା ବେଳେ ସେ ଉକ୍ତ ସୁତ୍ରର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ତଲାସୀ ଚାଲିଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

hiranchal ad1
Leave A Reply

Your email address will not be published.

5 − 2 =