ବଡଦାଣ୍ଡରେ ଗହଳି, ଜଗା ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ

0 88

ପୁରୀ :ପାଖେଇ ଆସୁଛି ନବ ବର୍ଷ । ବର୍ଷ ଶେଷ ହୋଇ ଆସୁଥିବା ବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଚି । ତେବେ ଆସନ୍ତା ନୂଆ ବର୍ଷ ନିଜ ପରିବାର, ବନ୍ଧୁ ବର୍ଗ ସମେତ ସାରା ବିଶ୍ୱ ବାସୀଙ୍କ ପାଇଁ ମଙ୍ଗଳ ମୟ ହେଉ ବୋଲି ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । ତେବେ ଏକ୍ସ ମାସ ଛୁଟି ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଚି । ଏଥି ପାଇଁ ବଡ ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍‌ ଦେଖିବକୁ ମିଳୁଚି । ତେବେ ନୂଆ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତେ ପ୍ରାର୍ଥନା କରିବା ଉଚିତ୍‌ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି । ସୁଦୂର କଲିକତାରୁ ଆସିଥିବା ଭକ୍ତ କହିଚନ୍ତି ପୁରୀ ହେଉଚି ସେମାନଙ୍କ ପ୍ରଥମ ପସନ୍ଦ । ଏଠାରେ ସୁନ୍ଦର ବେଳାଭୂମି ସହ ମହାପ୍ରଭୁ ବିରାଜମାନ କରୁଛନ୍ତି । ଏଣୁ ବଡ ଦିନ ଛୁଟି ଥିବାରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଆସିଛନ୍ତି । ଅଗାମୀ ନୂଆ ବର୍ଷ ମଙ୍ଗଳ ମୟ ହେଉ । ସମସ୍ତଙ୍କ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ଭକ୍ତ ପ୍ରାର୍ଥନା କରିଛନ୍ତି । ବିଶ୍ୱର ବଡ ଠାକୁର୍‌ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ । ତାଙ୍କରି ଇଚ୍ଛାରେ ସବୁ ଚାଲେ । ଏଣୁ ନୂଆ ବର୍ଷ ଭଲ ହେଉ ବୋଲି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ପାଈଁ ଆସିଥିବା ବେଳେ ଭକ୍ତ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ବଡ ଦିନ ଛୁଟି ଓ ନୂଆ ବର୍ଷ ଅବସରରେ ପୁରୀକୁ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ପୁରୀ ପୋଲିସ୍‌ ପକ୍ଷରୁ ପୁରୀ ସହରରେ ଶାନ୍ତି ଶୃଙ୍ଖଳା, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଚି । ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଚି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ୍‌ ଅଫିସର, ଫୋର୍ସ ମୁତୟନ କରାଯାଇଛି । ବଡ ଦାଣ୍ଡ , ସମୁଦ୍ର କୁଲରେ ଟ୍ରାଫିକ ସୁପରିଚାଳନା, ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୋଲିସ୍‌ ମୁତୟନ କରାଯାଇଛି । ସହରର ପ୍ରମୁଖ ସ୍ଥାନରେ ପୋଲିସ୍‌ ଚେକିଙ୍ଗ ସହ ପାଟ୍ରୋଲିଂ ବଢାଇ ଦିଆଯାଇଛି । କୌଣସି ସ୍ଥାନରେ କିଛି ଅଘଟଣ ଘଟିଲେ ପୋଲିସ୍‌ର ସହାୟତା ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

20 + 6 =