ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା

0 103

ପୁରୀ : ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ପ୍ରାଚୀନତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଦିଶିଲା ସୁଡଙ୍ଗ । ସୁଡ଼ଙ୍ଗ ପ୍ରାୟ ଏହି ନାଳଟି ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବାର ଅନୁମାନ କରାଯାଉଛି । ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଣି ଶୁଖିଯିବା ପରେ ଦେଖାଯାଉଛି ଏହି ସୁଡ଼ଙ୍ଗ ସଦୃଶ ନାଳ । ଯାହାକୁ ନେଇ ସହର ରେ ଚର୍ଚ୍ଚାର ବିଷୟ ହୋଇଚି । ସ୍ଥାନୀୟ ଲୋକେ ଏହା ଭିତ୍ତରେ ଫୁଟ ଯାଏ ବାଉଁଶ ଭର୍ତ୍ତି କରି ଦେଖିଥିଲେ ମଧ୍ୟ ଏହାର ଦୂରତା ଅଧିକ ଥିବା କୁହାଯାଉଛି । ଯାହାକୁ ନେଇ ସାଧାରଣରେ କୌତୁହଳ ବଢିବାରେ ଲାଗିଚି । ତେବେ ବୁଦ୍ଧିଜୀବୀଙ୍କ କହିବା କଥା ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ବହୁତ୍‌ ପୂର୍ବରୁ ମୂଷା ନଈକୁ ସଂଯୋଗିକରଣ ନାଳ ସବୁ କରାଯାଇଥିଲା । ଏହା ତାରି ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ପଣ୍ଡିତ ହରିଶଙ୍କର ମିଶ୍ର । ଏହି ନାଳ ମଧ୍ୟମରେ ପାଖରେ ଥିବା ଜମିକୁ ଜଳସେଚନ କରାଯାଉଥିଲା । ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ସମାନ ମତ ଦେଇଛନ୍ତି । ତେବେ ପୁରା ଶେଷ ପର୍ଯ୍ୟନ୍ତ ମାଟି ବାହାର କରାଗଲେ ଅନେକ ଐତିହାସିକ ତଥ୍ୟ ବାହାରିପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ପୂର୍ବରୁ ପୁରୀର ଗଙ୍ଗା ମାତା ମଠରେ ଏକ ସୁଡ଼ଙ୍ଗ ଠାବ ହୋଇଥଲା । ଏହାର ପ୍ରକୃତ ତଥ୍ୟ ସରକାର ଆଗକୁ ଆଣିବାକୁ ଦାବୀ ହୋଇଥଲା । ତେବେ କିଛି ଦିନ ପରେ ପୁଣି ପୋଖୋରିରୁ ସୁଡ଼ଙ୍ଗ ମିଳିବା ଚର୍ଚ୍ଚା ଜୋର ଧରିଛି । ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି ।

hiring

hiranchal ad1
Leave A Reply

Your email address will not be published.

one × 3 =