ସୁବର୍ଣ୍ଣପୁର : ସ୍ଥାନୀୟ ରୟାଲପଡିଆରେ ଚାଲିଥିବା ୧୧ତମ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ରୟାଲ ଷ୍ଟାର ବରଗଡ ବନାମ ଇଲେଭେନ ଷ୍ଟାର କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ଟ୍ରାଇବ୍ରେକର ମାଧ୍ୟମରେ ୪-୨ଗୋଲ ବ୍ୟବଧାନରେ ଇଲେଭେନ ଷ୍ଟାର କଳାପଥର ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା । ଆଜିର ମ୍ୟାଚରେ ବେଷ୍ଟ ଗୋଲକିପାର ଅଂଶୁ ମୁଣ୍ଡା, ବେଷ୍ଟ ଡିଫେଣ୍ଡର ଟୁକୁ ଭୋଇ ବରଗଡ଼, ବେଷ୍ଟ ଉଇଙ୍ଗର ଅଭୟ ମୁଣ୍ଡା ସୋନପୁର, ବେଷ୍ଟ ମିଡଫିଲ୍ଡ ସୁମିତ ମୁଣ୍ଡା ବରଗଡ , ମ୍ୟାନ ଅଫ ଦ ମ୍ୟାଚ ବିଶାଳ ମୁଣ୍ଡା,ସୋନପୁର ମନୋନୀତ ହୋଇଥିଲେ । ଆଜିକାର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଗୁଣନିଧି ମେହେର ଶିକ୍ଷାବିତ ଅଚ୍ୟୁତ ଛତ୍ର, ଶିକ୍ଷାବିତ ଶ୍ରୀଧର ବାଘ, ସନ୍ତୋଷ ପୂଝରୀ ବିଶିଷ୍ଠ କ୍ରୀଡ଼ାବିତ ଅରୁଣ ମେହେର,ମିତ୍ରଭାନୁ ଭୋଇ,ଭୁବନ ମେହେର ଏବଂ ଆୟୋଜକ କମିଟି ର ଅଧ୍ୟକ୍ଷ ଜଳନ୍ଧର ଦୀପ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ । ଆଜିର ଖେଳକୁ ଜଗତ ଜଗଦଲା, ରାଜେଶ ଥନାପତି, ଯୋଗେନ୍ଦ୍ର ଓରାମ,ପ୍ରଶାନ୍ତ ସେଠି ଲାଇନ୍ସମେନ ଭାବରେ ସହଯୋଗ କରିଥିଲେ । ଚିକୁ ବଡ଼ପଣ୍ଡା ମ୍ୟାଚ କମିଶନର ଭାବରେ ଦାୟିତ୍ୱ ତୁଲାଇ ଥିବାବେଳେ ପ୍ରମିଚ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିବରଣୀ କାର୍ଯ୍ୟକ୍ରମକୁ ଏକାଡେମୀର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ । ଖଗେଶ୍ୱର, ଜନ୍ମେଜୟ, ତ୍ରିଲୋଚନ, ସୁରଜ ପ୍ରମୁଖ ସହଯୋଗ କରିଥିଲେ ।
ଆସନ୍ତାକାଲି ପୁଲ ବିର ପ୍ରଥମ ମ୍ୟାଚ ସ୍ପୋର୍ଟ୍ସର୍ ହଷ୍ଟେଲ ସମ୍ବଲପୁର ବନାମ ସନରାଇଜ୍ ସ୍ପୋର୍ଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।
Sign in
Sign in
Recover your password.
A password will be e-mailed to you.
Next Post