ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୂନା ବର୍ଗୀକରଣ କାର୍ଯ୍ୟକ୍ରମ

0 81

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୁନା ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ପରିଚାଳନାରେ ବିଶିଷ୍ଟ ଯୋଗ ଗୁରୁ ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ଦେଥିଲେ ଏବଂ ବାତ, ପିତ୍ତ ଓ ଖଫ କବଳରୁ ମୁକ୍ତି ପାଇବା ପାଇଁ ଓ ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ ତାହା ବୁଝାଇଥିଲେ ।
ଅଧ୍ୟକ୍ଷା ଶ୍ରୀମତୀ ଦେବୀ ନିଜ ବ୍ୟକ୍ତିଗତ ଜୀବନରେ ଯୋଗର ଅଭିଜ୍ଞତା ପିଲାମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ନୂଆ ଓ ଯୁବ ଓଡ଼ିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିଲା । ନୋଡାଲ ଅଫିସର ଶ୍ରୀମତୀ ସୋଫିଆ ମଣ୍ଡଳ , ସଂଯୋଜକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଏବଂ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚରୀ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଅଂଶୀଦାର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସେହିପରି ଶିକ୍ଷାର୍ଥୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଓ ବର୍ଗିକରଣ କରାଯାଇଥିଲା । ଏଥିରେ ବହୁ ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜର ବ୍ଲଡ଼ ଗ୍ରୁପ ବିଷୟରେ ଜାଣିଥିଲେ । ସ୍ୱାସ୍ଥ୍ୟ ବିଭାଗର ଯଥା ଦୀପକ ପାଥୋଲୋଜିର ଟେକନିସିୟାନ୍‌ ଛାତ୍ରୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ । ପରିଶେଷରେ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ସମାପ୍ତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

three × 3 =