ବୌଦ୍ଧ ବ୍ଲକରେ ସୁନେତ୍ର କାର୍ଯ୍ୟକ୍ରମ

0 75

ବୌଦ୍ଧ : ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ମିଳିତ ସହଯୋଗରେ ବୌଦ୍ଧ ବ୍ଲକରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୭ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କୁ ଆବଶ୍ୟକୀୟ ଚଷମା ପ୍ରଦାନ କରାଯିବ ଓ ଜଣେ ଛାତ୍ରୀଙ୍କୁ ଉଚ୍ଚତର ଚିକତ୍ସା ପାଇଁ ଅନ୍ୟତ୍ର ଚିକିତ୍ସାଳୟକୁ ପଠାଯିବା ପାଇଁ ଜଣାପଡିଛି ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଉଦଘାଟନ କରିଥିବା ବେଳେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରି ଶଙ୍କର ଦଣ୍ଡସେନା ତଥା ଏବିଇଓ କମଳା କାନ୍ତ ଦଳବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭ ପ୍ରଧାନ, ଚକ୍ଷୁ ପରିକ୍ଷକ ସନ୍ତୋଷ କୁମାର ବରାଡ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ବିରାମହାରାଜପୁରର ଅଭିଜ୍ଞ ଚିକିତ୍ସକ ମାନେ ଆସି ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବୌଦ୍ଧ ବ୍ଲକର ଗୋଷ୍ଠୀ ସମ୍ବଳ ଶିକ୍ଷକ ଅରୁଣ କୁମାର ମେହେର ଓ ଭାଗ୍ୟବତି ସାହୁ, ଅନ୍ତର୍ନିବେଶି ଶିକ୍ଷା ସ୍ୱେଚ୍ଛାସେବୀ ଚୂଡାମଣି ନାଏକ, ପ୍ରଦୀପ କୁମାର ସାହୁ, ସୁଶୀଲ କୁମାର ପ୍ରଧାନ ଓ ବିନେତା ମେହେର ପରିଚାଳନା କରିଥିବାବେଳେ ବୌଦ୍ଧ ବ୍ଲକର ସିଆରସିସି ରଶ୍ମି ରଞ୍ଜନ ଦାଶ ଓ ସତ୍ୟ ନାରାୟଣ ସାହୁ ତଥା ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − eight =