ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ମହାନଦୀରେ ହେବ ମୀନକେତନ ଦେହରୀ ନୌକା ଚାଳନ ପ୍ରତିଯୋଗିତା

0 66

ସମ୍ବଲପୁର: ସ୍ଥାନୀୟ ବୀର ବଜରଙ୍ଗ ଦେହରୀ ଅନୁଷ୍ଠାନ ପକ୍ଷରୁ ଆଗାମୀ ଗୁରୁବାର ଦିନ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଏଇଠି ମହାନଦୀରେ ଏକ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏବିଷୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ସନ୍ଧ୍ୟାରେ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଏହା ସ୍ଥାନୀୟ ବଡ଼ବଜାର ସ୍ଥିତ ସଡ଼କ ଘାଟରୁ ଆରମ୍ଭ ହୋଇ ମହାନଦୀର ଧାରାରେ ପ୍ରାୟ ୧.୫ କିଲୋମିଟର ତଳକୁ ହାଟପଡା ଘାଟରେ ଶେଷ ହେବ । ଏଥିପାଇଁ ଅଞ୍ଚଳର କିଛି ପ୍ରମୁଖ ସ୍ଥାନ ଯଥା, ସୋନପୁର, ବିନିକା, କେଉଁଟି ପାଲି, ବଉଦ, ତୁରୁମ, ସିଣ୍ଡୋଲ, ଧମା, ଦେଏଗାଁ, ହରଭଙ୍ଗା, ଚାଉରପୁର, ହାଟପଡା, ମୁଣ୍ଡୋଘାଟ, ଦଲେଇପଡା, କୁଞ୍ଜେଲପଡା ଓ ମତ୍ସ୍ୟ ବିଭାଗ ଆଦି ସ୍ଥାନରୁ ପ୍ରାୟ ୭୦ ଜଣ ନାବିକ ସାମିଲ ହେବେ । ଏଠାରେ ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ହେଉନାହିଁ, ବରଂ ଏଠାରେ ଏଭଳି ଆଗରୁ ହେବାର ପରମ୍ପରା ରହିଛି । ସ୍ଥାନୀୟ ଜଣେ ନାବିକ ମୀନକେତନ ଦେହରୀ ଏହାର ପୃଷ୍ଠପୋଷକ କରୁଥିବାରୁ ଏହା ତାଙ୍କ ନାଁ’ରେ ନାମିତ କରାଯାଇଛି । ଏଥିରେ ସହଯୋଗ ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ, ଏଣୁ କିଛି ସ୍ଥାନୀୟ ଉତ୍ସାହୀ ଜନ ନିଜସ୍ୱ ସଂସାଧନ ବଳରେ ଏହାର ଆୟୋଜନ ପାଇଁ ଆଗେଇ ଆସିଛନ୍ତି । ଏଭଳି ଏକ ପ୍ରତିଯୋଗିତା ବଳରେ ସ୍ଥାନୀୟ ମହାନଦୀ ପ୍ରତି ଜନସାଧାରଣରେ ସଚେତନତା ଆଣି ଏହାକୁ ସ୍ୱଚ୍ଛ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଏହି ଅବସରରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

3 × 1 =