ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ କାର୍ଯ୍ୟକ୍ରମ

0 92

ନୂଆଗାଁ : ନୂଆଗାଁ ବ୍ଲକ ଥୁଆବାରୀ ଗ୍ରାମ ଅଧିନସ୍ଥ ନୀଳାଚଳ ସାରସ୍ୱତ ଆଶ୍ରମ ପରିସରରେ ଆଜି ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦ ଆନୁକୂଲ୍ୟରେ ଧରିତ୍ରୀ ମାଣକୁ ଆସନ୍ନ ବିପଦରୁ ସୁରକ୍ଷା ଦେବା ନିମନ୍ତେ ଧରିତ୍ରୀ ମାତା ପାଇଁ ରବିବାର ନାମରେ ଏକ ସମୟ ଉପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତତ୍‌ ସହିତ ଆଶ୍ରମ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ଚତୁପାଶ୍ୱର୍ରେ ଆମ୍ବ, ବଉଳ, ଅଁଳା, ନାଗଚମ୍ପା, କାଠ ବାଦାମ, ଦେବଦାରୁ ଆଦି ବୃକ୍ଷ ରୋପଣ କରାଯାଇଥିଲା । ନିକଟରେ ଥିବା ଏକ ପୁଷ୍କରିଣୀରୁ ଦଳ ସଫା କରାଯାଇଥିଲା । ନିକଟରେ ଥିବା ଗ୍ରାମବାସୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ପରିଷଦର ସମ୍ପାଦକ ସୁକାନ୍ତ ଚନ୍ଦ୍ର ନନ୍ଦ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସବୁଜ କୋଠରୀ ପ୍ରଭାବ,ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଜଙ୍ଗଲ ଅବକ୍ଷୟ, ଜଳ ପ୍ରଦୂଷଣ, ପ୍ଲାଷ୍ଟିକ ବ୍ୟବହାରର କୁପ୍ରଭାବ ଆଦି ବିଷୟରେ ପ୍ରକୃତି ପ୍ରେମୀଙ୍କୁ ଅନୁରୋଧ କରିଥିଲେ । ପ୍ରକୃତି ଓ କୃଷିର ଉର୍ନ୍ନତି ପ୍ରତି ନିରନ୍ତର ପ୍ରୟାସ କରାଯିବ । ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ସଂଗଠକ ମନୋଜ କୁମାର ପଣ୍ଡା, ନୀଳାଞ୍ଚଳ ସାରସ୍ୱତ ଶାଖାର ସଂଘ ପକ୍ଷରୁ ବଳଭଦ୍ର ଭାଇ, ସୁବାଷ, କୃଷ୍ଣମୋହନ, କୈବଲ୍ୟ ପ୍ରମୁଖ ବ୍ୟକ୍ତି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × four =