ଜିଲ୍ଲା ସ୍ତରୀୟ କୃଷିଯନ୍ତ୍ରପାତି ମେଳା ଅନୁଷ୍ଠିତ

0 75

ସୁବର୍ଣ୍ଣପୁର :ରାଜ୍ୟରେ କୃଷିଓକୃଷକଙ୍କୁ ଶସକ୍ତ କରିବାପାଇଁ ରାଜ୍ୟସରକାର ପ୍ରତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସହରର ରୟାଲପଡିଆ ଠାରେ ଜିଲ୍ଲା କୃଷିବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହିମେଳା ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର କୃଷକ ଓ ଜନସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ନାରିୟଣ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହିସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅର୍ଥ, ସଂସଦୀୟ ବ୍ୟାପାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କୃଷି ଓ କୃଷକ ଆମ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ଅଭିହିତ କରିବା ସହ ରାଜ୍ୟର ଗୌରବସହ ଅର୍ଥ ନୈତିକ ବିକାଶରେ ବିଶେଷ ସହାୟକ ହୋଇଛନ୍ତି ତଥାପି ଆମକୁ ଚାଷସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧିତ କ୍ଷେତ୍ରରେ ଯୋଗଦାନ ଦେଇ ଗ୍ରାମୀଣ ଅର୍ଥନୈତିକ ବିକାଶ ବୃଦ୍ଧିରେ ଯୋଡ଼ି ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗଦେଇ ଚାଷର ରୁପାନ୍ତରଣ ଓ ପରିବର୍ତ୍ତିତ ଉପରେ ଗୁରୁତ୍ୱାରୋପ କରି ଏହି ଜିଲ୍ଲା କୃଷିର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଜିଲ୍ଲାର କୃଷକ ଅର୍ଥକାରୀ ଫସଲ ଉପରେ ଆଗ୍ରହ ପ୍ରକାଶ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶିପୁନମ ମିଞ୍ଜ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ , ଉତ୍ତରାଞ୍ଚଳ କୃଷି ଅଧିକ୍ଷଣ ଯନ୍ତ୍ରୀ ପୃଥିରାଜ ମହାନ୍ତି ସାଂପ୍ରତିକ ସ୍ଥିତିରେ କୃଷି ଓ କୃଷକଙ୍କ ପାଇଁ ସରକାରଙ୍କର କୃଷି ଯନ୍ତ୍ରପାତି ଉପରେ ପ୍ରଦାନ କରାଯାଉଥିବା ରିହାତି, ବର୍ତ୍ତମାନ କୃଷି କ୍ଷେତ୍ରରେ ଆବଶ୍ୟକତା ଥିବା ନୂତନ ବୈଷୟିକ ଯନ୍ତ୍ରପାତିର ଆବଶ୍ୟକତା ଉପରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ପ୍ରାରମ୍ଭରେ କୃଷି ମେଳାକୁ ଉଦଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଜିଲ୍ଲା କୃଷି ବିଭାଗ ତରଫରୁ ରିହାତି ଦରରେ ପ୍ରଦାନ କରାଯାଇଥିବା ଭୈରବୀ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ଚରଦା, ଲକ୍ଷ୍ମୀପ୍ରିୟା ଏସ୍‌ କୃଷି ଅଧିକାରୀ ସ୍ମୀତା ପଣ୍ଡା ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 1 =