ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ ଜଳ କଷ୍ଟ, ପିଇବା ପାଣି ପାଇବା ଦାବିରେ ଧାରଣାରେ ବସିଲେ ୱାର୍ଡ ବାସିନ୍ଦା

0 76

ବାଲିଗୁଡ଼ା : ଟୋପେ ପିଇବା ପାଣି ପାଇଁ ୱାର୍ଡ ବାସୀ ହନ୍ତସନ୍ତ । କେହି ଶୁଣିଲେନି ଅଭିଯୋଗ । ଶେଷ ପମ୍ପ ହାଉସ୍‌ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ୱାର୍ଡ ବାସିନ୍ଦା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ । ଏନ୍‌ଏସିର ୩ନଂ ୱାର୍ଡ ଅନ୍ତର୍ଗତ ମୁଣ୍ଡାସାହିର ପ୍ରାୟ (୨୦୦) ଦୁଇ ଶହ ପରିବାର ମାତ୍ର ଗୋଟିଏ ନଳକୂପ ଉପରେ ଭରଷା କରି ଚଳୁଥିବା ବେଳେ ପାଞ୍ଚ ଦିନ ହେବ ନଳକୂପଟି ଖରାପ ହୋଇ ପଡ଼ିଥିବା ଜଣାପଡ଼ିଛି । ଅନ୍ୟପଟେ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ପାଇପ୍‌ ବିଛାଯାଇଥିବା ସତ୍ତେ୍ୱ ଏଯାବତ୍‌ ତାହା କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଦୈନନ୍ଦିନ ଟୋପେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ୱାର୍ଡ ବାସିନ୍ଦା । ସେପଟେ ନଳକୂପ ସଜାଡ଼ିବା ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ତାହା ମଧ୍ୟ ସମ୍ଭବ ହୋଇପାରିନାହିଁ । ଶେଷରେ ବାଧ୍ୟହୋଇ ଆଜି ପମ୍ପ ହାଉସ୍‌ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି ୱାର୍ଡର ମହିଳାମାନେ । ସମସ୍ୟାର ସମାଧାନ ନହେବା ଯାଏ ଧାରଣାରେ ବସିବୁ ଏବଂ ସହର ସାରା ଜଳ ଯୋଗାଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ୱାର୍ଡ ବାସିନ୍ଦା ।

hiranchal ad1
Leave A Reply

Your email address will not be published.

four × 3 =