ଆସନ୍ତାକାଲିଠାରୁ ସମ୍ବଲପୁର ପୁସ୍ତକ ମେଳା

0 112

ସମ୍ବଲପୁର:ଏଥର ସମ୍ବଲପୁର ପୁସ୍ତକ ମେଳାରେ ସହଭାଗିତା ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସିଛି, ଏଣୁ ଏହି ୨୩ତମ ପୁସ୍ତକ ମେଳା ଜିଲ୍ଲା ସଂସ୍କୃତି ପରିଷଦ ସହିତ ବୁଦ୍ଧିଜୀବି ଓ ଶିକ୍ଷାବିତମାନଙ୍କୁ ନେଇ ଗଠିତ ସଂଗଠନ “ସେତୁ”ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏବିଷୟରେ ସୂଚନା ଦିଆଯାଇଛି ଓ ଏହାକୁ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସହ ସେତୁର ସଭାପତି ପ୍ରୋ ମୀନକେତନ ପାଠୀ ସମ୍ବୋଧିତ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଏହି ପୁସ୍ତକ ମେଳା ଆସନ୍ତାକାଲି ଅର୍ଥାତ୍‌ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବୀର୍ସା ମୁଣ୍ଡା ପଡ଼ିଆରେ ଆୟୋଜିତ ହେବ । ମହାମାରୀ କରୋନାର ପ୍ରକୋପ ଯୋଗୁଁ ଗତ ଦୁଇ ବର୍ଷ ଧରି ଏହା ଆୟୋଜିତ ହୋଇପାରି ନଥିଲା ପୁଣି ଏଥର ଜିଲ୍ଲା ପ୍ରଶାସନର ସହଭାଗିତା ଏହାର ଆୟୋଜନ ହେଉ ଥିବାରୁ ଏଥିପାଇଁ ପାଇଁ ଯଥେଷ୍ଟ ଉତ୍ସାହ ଦେଖାଯାଉଛି । ଏଥିପାଇଁ ନିର୍ମିତ ମୋଟ ୧୪୦ଟି ଷ୍ଟଲ ମଧ୍ୟରୁ ୯୫ଟି ଷ୍ଟଲରେ ୩୭ଟି ପ୍ରକାଶନ ସଂସ୍ଥା ଓ ବିକ୍ରେତା ଅଂଶ ଗ୍ରହଣ କରିବେ ଓ ଏହାବ୍ୟତୀତ ଆନୁସଙ୍ଗିକ ଷ୍ଟେସନାରୀ ସାମଗ୍ରୀ ପାଇଁ ୨୭ଟି ଷ୍ଟଲ ଚିହ୍ନିତ କରାଯାଇଛି । ଏଥର ପୁସ୍ତକ ମେଳାକୁ ପ୍ରବେଶ ପାଇଁ କୌଣସି ଦେୟ ରଖାଯାଇ ନାହିଁ, ଯଦିଓ ପୂର୍ବ ଅବସର ମାନଙ୍କରେ ଅବାଚ୍ଛିତ ତତ୍ୱମାନଙ୍କୁ ଏଡ଼ାଇ ରଖିବା ପାଇଁ ପ୍ରବେଶ ଶୁଳ୍କ ରଖାଯାଉଥିଲା । ଏବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ କୁହାଯାଉଛି ଯେ ଏଥିପାଇଁ ଘରୋଇ ସୁରକ୍ଷା ସଂସ୍ଥା ସହିତ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏହି ଅବସରରେ ପ୍ରତିଦିନ ସନ୍ଧ୍ୟା ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ସମ୍ପାନ ମଧ୍ୟ ଆୟୋଜିତ ରହିବ ଓ ଶେଷଦିନ ଏକ ହାସ୍ୟକବି ସମ୍ମେଳନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

eight − seven =