ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର କଳିଙ୍ଗା ଘାଟିର ଅନ୍ଧାର କୁଟିରୁ ଜଣେ ମହିଳାଙ୍କୁ ଉଠାଇ ନେଇ ଦୁଷ୍କର୍ମର କରିଥିବାର ସୂଚନା ରହିଛି । ସୂଚନା ଅନୁସାରେ ଗତ ୯ ତାରିଖ ରାତିରେ ଜଣେ ୪୨ ବର୍ଷିୟା ମହିଳା ମୁମୂର୍ଷ ଅବସ୍ଥାରେ ବେଡିଗୁବା ନିକଟ ରାସ୍ତା କୋଡ଼ରେ ପଡ଼ିଥିବା ଦେଖିବାକୁ ପାଇ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଉଦ୍ଧାର କରି ଘୁ ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ,ସେଠାରେ ପ୍ରାଥମିକ ଚିକିତ୍ସା ପରେ ନିକଟ ଥାନାକୁ ସୂଚନା ଦିଆଯାଇଥିଲା । ସେଠାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା । କାରଣ ମହିଳା ଜଣକ ମାନସିକ ଦିବ୍ୟାଙ୍ଗ ଥିଲେ, ତାଙ୍କ ଘର ଫୁଲବାଣୀ ମାଷ୍ଟର ପଡା ଅଞ୍ଚଳରେ ହୋଇଥିବା ବେଳେ ସେ ଗତ ୯ ତାରିଖ ଦିନ ରାତିରେ ସଙ୍କରାଖୋଲରେ ଦଶହରା ଓ ଲକ୍ଷ୍ମୀ ପୂଜା ପାଇଁ ହେଉଥିବା ମେଲୋଡି ଦେଖିବାକୁ ଆସିଥିଲେ । ପୁଣି ସେଠାରୁ କୌଣସି କାରଣରୁ କଳିଙ୍ଗାରେ ହେଉଥିବା ମେଲୋଡି ଦେଖିବା ପାଇଁ ପହଞ୍ଚିଥିଲେ, ପୁଣି କଳିଙ୍ଗାରୁ ଚାଲି ଚାଲି ଅନ୍ଧାର କଟ୍ ମନ୍ଦିରକୁ ପହଞ୍ଚିଥିଲେ । ମହିଳାଙ୍କ ବୟାନ ଅନୁସାରେ ତାଙ୍କ ସ୍ୱାମୀ ଘୁ ଉଦୟଗିରି ଥାନାରେ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।ତେବେ ସ୍ଥାନୀୟ ପୋଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ୧୩୯/୨୨ ରେ ଏକ ମାମଲା ରୁଜ୍ଜୁ କରି ୩୭୬(୧)୩୦୭ ଦଫା ଦ୍ୱାରା ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି । ଏଠାରେ ପ୍ରଶ୍ନ ଯେ ଦୁଷ୍କର୍ମ କରିଥିବା ବ୍ୟକ୍ତିମାନେ କିଏ କିଏ ।କେଉଁ ଅବସ୍ଥାରେ ସେମାନେ ରାତିରେ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲେ ଓ ରାସ୍ତା କୋଡରେ ଫିଙ୍ଗି ଚାଲିଗଲେ ? ସେପଟେ ପିଡିତାଙ୍କୁ ଫୁଲବାଣୀରେ ଡାକ୍ତରୀ ମାଇନା କରିବା ପାଇଁ ନେଇଥିବା ବେଳେ ସ୍ଥାନୀୟ ଥାନା ଅଧିକାରୀ ଘଟଣାର ତଦନ୍ତ ଭାର ନେଇ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି ।