ବାଞ୍ଜିପାଲି ଗାଁରେ ଜଙ୍ଗଲୀ ବାରହାଙ୍କ ଦୌରାତ୍ମ, ଧାନ ଫସଲ ନଷ୍ଟ

0 73

ଖପ୍ରାଖୋଲ: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର କିନ୍ତୁ ଏଇଠି କଷ୍ଟ ଲବ୍ଧ ସୁନାର ଫସଲକୁ ବଞ୍ଚାଇବାକୁ ଯାଇ ଚାଷୀଙ୍କୁ କରିବାକୁ ପଡୁଛି ଅନେକ କଷ୍ଟ । ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ରୋଗ ପୋକର ଦାଉ ଆଉ ଏବେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଅତିଷ୍ଟ ହେଲେଣି ଚାଷୀ । ଗତ କିଛି ଦିନ ହେଲା ଜଙ୍ଗଲୀ ହାତୀ ଗନ୍ଧମାର୍ଦ୍ଦନ ତଳି ଅଂଚଳରେ ଫସଲ ହାନି କରୁଥିବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପଟେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲୀ ବାରହାଙ୍କ ଦୌରାତ୍ମ । ନିୟମିତ ଭାବରେ ଚାଷୀ ମାନଙ୍କ ଚାଷ ଜମିକୁ ଆସି ଫସଲ ନଷ୍ଟ କରୁଥିବାର ଦେଖିବାକୁ ମିଳୁଛି । ଜଙ୍ଗଲୀ ବାରହା ମାନେ ଲୋକଙ୍କ ଚାଷ ଜମିକୁ ପଶି ଧାନ ଖାଇବା ସହ ଚାଷ ଦଳି ଦେବା ଫଳରେ ଏକର ଏକର ଜମିରେ ଚାଷ ଏକପ୍ରକାର ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଚାଷୀ କହିବା ଅନୁସାରେ ଚାଷୀ ବିଭିନ୍ନ ବ୍ୟାଙ୍କ, ଗ୍ରୁପ ତଥା ମହାଜନ ଠାରୁ ଧାର କରଜ କରି ଚାଷ କାମ ଆରମ୍ଭ କରିଥିଲେ ଏବଂ ଏବେ ଅମଳ ସମୟରେ ଫସଲ ହାନି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବାଞ୍ଜିପାଲି ଗାଁର ଶ୍ରୀମନ୍ତ ନାଏକ, ସଞ୍ଜୟ ମିଶ୍ର, ଋଷଭ ସାହୁ , ବେଣୁ ରଣା, କିଶୋର ନାଏକ, ରୁଷି ନାଏକ, ହାଡୁ କପାଟ ପ୍ରଭୃତି ଚାଷୀଙ୍କ ଧାନ ବ୍ୟାପକ ଭାବରେ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

nine − 6 =