ସମ୍ବଲପୁର ବନଖଣ୍ଡର ସମୀକ୍ଷା ସଭା, ସଂଯୋଗୀକରଣକୁ ଅଧିକ ସୁଦୃଢ କରିବା ଉପରେ ଗୁରୁତ୍ୱ

0 74

ସମ୍ବଲପୁର: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ୨୦୨୧-୨୨ ବାର୍ଷିକ ବର୍ଷ ନିମନ୍ତେ ସମୀକ୍ଷା ସଭା ସମ୍ବଲପୁର ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଲନ୍ନୱରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବନ ବିଭାଗୀୟ ସମ୍ମିଳନୀ କକ୍ଷ ଠାରେ ଅବସ୍ଥିତ ହୋଇଯାଇଛି । ଆଜିର ବୈଠକକୁ ଜିଲ୍ଲାପାଳ ଅନନ୍ୟା ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଲାଇନ ବିଭାଗ ତରଫରୁ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ପରିଷଦ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ବିଭାଗ ଓ ସହାୟକ ଉଦ୍ୟାନ ଅଧିକାରୀ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ, ଓରମାସ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ବୈଜ୍ଞାନିକ, କେବିକେର ପ୍ରତିନିଧି ସହ ସହଯୋଗୀ ଅନୁଷ୍ଠାନ ଗ୍ରାମ୍ୟ ବିକାଶ ସଂଗଠନର ଅଧକ୍ଷ ଉପସ୍ଥିତ ଥିଲେ । ଏହି ବୈଠକରେ ଏସିଏଫ ମଦନଲାଲ ଶର୍ମା ଆର୍ଥିକ ବର୍ଷ ୨୧-୨୨ର ବାର୍ଷିକ ବିବରଣୀ ପ୍ରସ୍ତୁତ କରିଥଲେ । ଜିଲ୍ଲାପାଳ ନିଜ ସମ୍ବୋଧନରେ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସମ୍ପନ୍ନ କାର୍ଯ୍ୟର ପ୍ରସଂଶା କରିବା ସହ ସଂଯୋଗୀକରଣ କାର୍ଯ୍ୟଗୁଡ଼ିକୁ ଆହୁରି ଅଧିକ ଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ଏହି ବୈଠକରେ ପ୍ରକୃତି ପାଇଁ କାର୍ଯ୍ୟ କରିଥିବା ପ୍ରକୃତି ବନ୍ଧୁମାନଙ୍କୁ ସେ ପୁରସ୍କୃତ କରିଥଲେ । ଲାଇନ ବିଭାଗରୁ ଆସିଥିବା ଅତିଥି ଓ ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ଯୋଜନା ଉପସ୍ଥାପନା କରିବା ସହ ଆଗାମୀ ଦିନରେ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଏସିଏଫ ତେଜରାଜ ନାୟକ ଆଜିର ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ବ୍ୟତୀତ ସଦର, ପଡ଼ିଆବାହଲ, ଧମା ଓ ରେଙ୍ଗାଲି ରେଞ୍ଜରୁ ଆସିଥିବା ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ବଣ ପରିଚାଳନା ସଂଯୋଜକ, ସ୍ୱେଚ୍ଛାସେବୀ କର୍ମକର୍ତ୍ତା ସହ ବନ ସୁରକ୍ଷା ସମିତି ତରଫରୁ ଆସିଥିବା ସଭାପତି, ଆନିମେଟର ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଧନ୍ୟବାଦ ଦେଇ ବିଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥଲେ ।

hiranchal ad1
Leave A Reply

Your email address will not be published.

10 − eight =